www.samajalive.in
Tuesday, December 9, 2025
15.1 C
Bhubaneswar

ଡେଙ୍ଗୁ-ମ୍ୟାଲେରିଆ ପାଇଁ ଶସ୍ତା ବୀମା ଆଣିଲା ଫୋନପେ, ଦାମ୍ ମାତ୍ର ୫୯ ଟଙ୍କା

ନୂଆଦିଲ୍ଲୀ : ଫୋନପେ ଡେଙ୍ଗୁ ଓ ମ୍ୟାଲେରିଆ ପାଇଁ ଏକ ନୂଆ ଶସ୍ତା ବୀମା ପ୍ଲାନ୍ ନେଇଆସିଛି । ଏହାର ପ୍ରାରମ୍ଭିକ ଦାମ୍ ମାତ୍ର ୫୯ ଟଙ୍କା ପ୍ରତି ବର୍ଷ ହୋଇପାରେ । ଏହି ସ୍ବାସ୍ଥ୍ୟ ବୀମା ଯୋଜନା ଡେଙ୍ଗୁ, ମ୍ୟାଲେରିଆ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭର ପ୍ରଦାନ କରିଥାଏ । ଖାସ୍ କରି ଟିୟର-୨ ଓ ଟିୟର-୩ ସହରରେ ରହୁଥିବା ଲୋକ ଏହି ବୀମା ଜରିଆରେ ବର୍ଷସାରା କୌଣସି ବି ଅପ୍ରତ୍ୟାଶିତ ମେଡିକାଲ ଖର୍ଚ୍ଚରୁ ରକ୍ଷା ପାଇପାରିବେ ।

ଏହି ପ୍ଲାନ ୧୦ରୁ ଅଧିକ ରୋଗ ଯଥା ମ୍ୟାଲେରିଆ, ଡେଙ୍ଗୁ, ଚିକେନଗୁନିଆ, ଫାଇଲେରିଆ, ସ୍ବାଇନ୍ ଫ୍ଲୁ, ବାର୍ଡ ଫ୍ଲୁ, ଟାଇଫଏଡ୍ ଆଦିକୁ କଭର କରିଥାଏ । ଏଥିରେ ହସ୍ପିଟାଲରେ ପରୀକ୍ଷା, ଆଡମିଶନ ଓ ଆଇସିୟୁରେ ଚିକିତ୍ସା ଖର୍ଚ୍ଚ ମଧ୍ୟ ସାମିଲ । ଏହି ପ୍ଲାନକୁ ତୁରନ୍ତ ଫୋନପେ ଆପରେ କ୍ରୟ କରିବା ଏବଂ କ୍ଲେମ୍ କରିହେବ । ୧୦୦ ପ୍ରତିଶତ ଡିଜିଟାଲ୍ ପ୍ରକ୍ରିୟା ହେବା କାରଣରୁ କ୍ଲେମ୍ ଖୁବ୍ ଶୀଘ୍ର ଏବଂ ସହଜରେ ହୋଇପାରିବ । ଯାହା ପାଖରେ ପୂର୍ବରୁ କର୍ପୋରେଟ୍ ସ୍ବାସ୍ଥ୍ୟ ବୀମା ରହିଛି ସେମାନେ ମଧ୍ୟ ଏହି ପ୍ଲାନକୁ ଅତିରିକ୍ତ ସୁରକ୍ଷା ପାଇଁ ଚୟନ କରିପାରିବେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories