www.samajalive.in
Tuesday, December 9, 2025
15.1 C
Bhubaneswar

‘ସେଲ୍‌ଫି ୱିଥ୍‌ ସିଏମ୍‌’ ଏବଂ ‘ମୋ ନବୀନ ମୋ ଘରେ’ କାର୍ଯ୍ୟକ୍ରମର ଶୁଭାରମ୍ଭ

-ସବୁ ଜିଲାରେ ହେବ ଆଇଟି ସାମ୍ମୁଖ୍ୟର କେନ୍ଦ୍ର, -ସେଲଫି ନେଲେ ନବୀନ

ଭୁବନେଶ୍ବର : ସଂପ୍ରତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା(ଆଇଟି)ର ଯଥେଷ୍ଟ ଆବଶ୍ୟକତା ରହିଛି। ସ୍ବର୍ଗତ ବିଜୁ ପଟ୍ଟନାୟକ ବିଜ୍ଞାନକୁ ଗୁରୁତ୍ବ ଦେଉଥିଲେ। ଏହା ଉପରେ ତାଙ୍କର ଯଥେଷ୍ଟ ବିଶ୍ୱାସ ଥିଲା। ତାଙ୍କୁ ଯେତେବେଳେ ମାତ୍ର ୩୬ବର୍ଷ ବୟସ ହୋଇଥିଲା ସେତେବେଳେ ପ୍ୟାରିସ୍‌ର ୟୁନେସ୍କୋ ଠାରେ ସେ ବିଜ୍ଞାନ ପାଇଁ ‘କଳିଙ୍ଗ ପୁରସ୍କାର’ ଆରମ୍ଭ କରିଥିଲେ। ବିଜେଡି ଆଇଟି ସାମ୍ମୁଖ୍ୟର କେନ୍ଦ୍ର ଓଡ଼ିଶାର ସମସ୍ତ ଜିଲାରେ ହେବ। ଏଥିରେ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଆଇଟି କନ୍‌କ୍ଲେଭରେ ଯୋଗ ଦେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ସେ ‘ସେଲ୍‌ଫି ୱିଥ୍‌ ସିଏମ୍‌’ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଏକ ଅଭିନବ ଏ.ଆର. ଟେକ୍ନୋଲୋଜି ଦ୍ୱାରା ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଯୋଡ଼ି ସାଧାରଣ ଲୋକେ ସେଲ୍‌ଫି ନେଇପାରିବେ। ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌ ପ୍ଲାଟ୍‌ଫର୍ମରେ ନିର୍ମିତ ଏହି ଏ.ଆର. ଟେକ୍ନୋଲୋଜି ଭାରତବର୍ଷରେ କୌଣସି ରାଜନୈତିକ ଦଳ ଦ୍ୱାରା କାର୍ଯ୍ୟକାରୀ କରାଯାଇନାହିଁ। ବିଜେଡି ଏ କ୍ଷେତ୍ରରେ ପ୍ରଥମ ବୋଲି ଦଳ ପକ୍ଷରୁ କୁହାଯାଇଛି।
‘ସେଲ୍‌ଫି ୱିଥ୍‌ ସିଏମ୍‌’ କାର୍ଯ୍ୟକ୍ରମରେ ଇଚ୍ଛୁକ ସାଧାରଣ ଜନତା ବିଜୁ ଜନତା ଦଳ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ଆସି ଏହି ସେଲ୍‌ଫି ନେଇପାରିବେ। ଏହି ଟେକ୍ନୋଲୋଜିରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ କେବଳ ଛବି ଆସୁନାହିଁ, ଏଥିରେ ତାଙ୍କର ଜୀବନ୍ତ ଭିଡିଓ ଅଛି, ଯାହାସହିତ ଜଣେ ବ୍ୟକ୍ତି ମୋବାଇଲ୍‌ ମାଧ୍ୟମରେ ଫଟୋ ଉଠାଇ ତା’ର ପ୍ରିଣ୍ଟ ମଧ୍ୟ ୨୦ ସେକେଣ୍ଡ ମଧ୍ୟରେ ପାଇପାରିବେ। ଏହି ଅଭିନବ ଟେକ୍ନୋଲୋଜିର କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ସେଲ୍‌ଫି ଉଠାଇଥିଲେ। ତା’ର ପ୍ରିଣ୍ଟ ସେ ବିଜେଡି ଆଇଟି ସାମ୍ମୁଖ୍ୟ ମୁଖ୍ୟ ଅମର ପଟ୍ଟନାୟକଙ୍କ ଠାରୁ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ସେ ‘ମୋ ନବୀନ ମୋ ଘରେ’ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ। ଏଥିରେ ଉକ୍ତ ଟେକ୍ନୋଲୋଜି ଯୁକ୍ତ ପ୍ଲାଟଫର୍ମକୁ ନେଇ ଦଳର କର୍ମକର୍ତ୍ତାମାନେ ଜନସାଧାରଣଙ୍କ ନିକଟକୁ ଯିବେ ଓ ଜନସାଧାରଣଙ୍କ ଘରେ ନବୀନବାବୁଙ୍କ ବାର୍ତ୍ତା ଏହି ଟେକ୍ନୋଲୋଜି ମାଧ୍ୟମରେ ପହଞ୍ଚାଇବେ। ଏଥିରେ ଥିବା ଭିଡିଓରେ ଦଳର ସଭାପତି ଜନସାଧାରଣଙ୍କ ସହିତ କଥାବାର୍ତ୍ତା କରିବେ। ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। କନ୍‌କ୍ଲେଭ୍‌ରେ ମଧ୍ୟ ଆଇଟି ୱିଙ୍ଗର ଲୋଗୋ ଓ ବ୍ୟାଜ୍‌ ଉନ୍ମୋଚିତ ହୋଇଥିଲା।
କନକ୍ଲେଭରେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ସମେତ ମହିଳା ବିଜେଡିର ଉପଦେଷ୍ଟା ପ୍ରମିଳା ମଲିକ, ମୁଖପାତ୍ର ଡ. ସସ୍ମିତ ପାତ୍ର, ସୁଲୋଚନା ଦାସ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଏହି କନ୍‌କ୍ଲେଭ୍‌ରେ ଯୋଗଦେଇଥିବା ବୈଷୟିକ ବିଶେଷଜ୍ଞ ଓ ବକ୍ତାମାନେ ଆଇଟି ୱିଙ୍ଗ ଓ ସୋସିଆଲ୍‌ ମିଡିଆର ଅନେକ ଦିଗ ଉପରେ ଆଲୋକପାତ କରିଥିଲେ। ରାଜ୍ୟର ସମସ୍ତ ଜିଲାରୁ ଛାତ୍ର ବିଜେଡିର ୧୨୦୦ ପ୍ରତିନିଧି ଏହି କନ୍‌କ୍ଲେଭ୍‌ରେ ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories