www.samajalive.in
Sunday, December 7, 2025
26.1 C
Bhubaneswar

ବିକ୍ରାନ୍ତ ମାସେଙ୍କ ଆଶ୍ଚର୍ଯ୍ୟଜନକ ଘୋଷଣା, ବଲିଉଡରୁ ନେଲେ ଅବସର

ସମାଜ ଡିଜିଟାଲ ଡେସ୍କ: ଦ୍ଵାଦଶ ଫେଲ ଚଳଚ୍ଚିତ୍ର କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ଅଭିନେତା ବିକ୍ରାନ୍ତ ମାସେ ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି। ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କଲା ଭଳି ବଲିଉଡରୁ ଅବସର ନେବା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦ ସାବରମତୀ ରିପୋର୍ଟ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର କିଛିଦିନ ପରେ ୩୭ ବର୍ଷୀୟ ଏହି ଅଭିନେତାଙ୍କ ଅବସର ଘୋଷଣାକୁ ଦର୍ଶକ ସହଜରେ ଗ୍ରହଣ କରିପାରୁନାହାନ୍ତି।

ବିକ୍ରାନ୍ତ ମାସେ ନିକଟରେ ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ(ଆଇଏଫଏଫଆଇ)ରେ ପର୍ସନାଲିଟି ଅଫ ଦ ଇୟର ପୁରସ୍କାର ଗ୍ରହଣ କରିଥିଲେ। ତେବେ ସେ ତାଙ୍କ ଅବସର ପଛର କାରଣ କିଛି ଦର୍ଶାଇ ନାହାନ୍ତି। ନିଜ ପୋଷ୍ଟରେ ସେ ଲେଖିଛନ୍ତି, ‘ଚଳଚ୍ଚିତ୍ର ଜଗତରେ କାର୍ଯ୍ୟ କରିଥିବା ସମୟରେ ସମସ୍ତଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ସମୟ ଘରକୁ ଯିବାର ସମୟ ବୋଲି ମୁଁ ଅନୁଭବ କରୁଛି। ଜଣେ ସ୍ଵାମୀ, ଜଣେ ବାପା ଏବଂ ଜଣେ ପୁଅ ହିସାବରେ ସେ ଘରକୁ ଫେରୁଛନ୍ତି। ଜଣେ ଅଭିନେତା ହିସାବରେ ମଧ୍ୟ। ଆଗାମୀ ୨୦୨୫ ଆମେ ପରସ୍ପରଙ୍କୁ ଗୋଟିଏ ଶେଷ ଚଳଚ୍ଚିତ୍ରରେ ଭେଟିବା। ଶେ​ଷ ୨ଟି ଚଳଚ୍ଚିତ୍ର ଏବଂ ଅନେକ ବର୍ଷର ସ୍ମୃତିକୁ ନେଇ ଘରକୁ ଫେରୁଛି। ସମସ୍ତଙ୍କୁ ଧନ୍ୟବାଦ !’

- Advertisement -

ବିକ୍ରାନ୍ତଙ୍କ ଏହି ପୋଷ୍ଟ ଉପରେ ପ୍ରଶଂସକ ନିରାଶାବ୍ୟକ୍ତ କରି ଅନେକ ଦୁଃଖ ପ୍ରକାଶ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ଦୟାକରି ଏମିତି କରନ୍ତୁନି। ଆପଣ ଅତ୍ୟନ୍ତ ଭଲ ଅଭିନେତା। ଆ​‌ମେ ଆପଣଙ୍କୁ ଆହୁରି ଅନେକ ଚଳଚ୍ଚିତ୍ରରେ ଦେଖିବାକୁ ଚାହୁଁଛୁ। ଅନ୍ୟଜଣେ ପ୍ରଶଂସକ କହିଛନ୍ତି, ଯଦି ଆପଣ ବ୍ରେକ ନେବାକୁ ଚାହୁଁଛନ୍ତି ନିଅନ୍ତୁ। କିନ୍ତୁ ଅବସର ନୁହେଁ। କିଛି ଦିନ ପରେ ନିଶ୍ଚୟ ଫେରନ୍ତୁ। ଏହା ଆପଣଙ୍କ ସମୟ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories