www.samajalive.in
Tuesday, December 9, 2025
15.1 C
Bhubaneswar

ଦୋମୁହାଁ ବାଇଡେନ: ନିଜ ପୁଅକୁ ଦେଲେ ରାଜକ୍ଷମା

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦୋମୁହାଁ ନୀତି ପଦାରେ ପଡ଼ିଛି। ପ୍ରଥମେ ସେ ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ଏଟିଏସିଏମଏସ ବ୍ୟବହାର କରିବାକୁ ୟୁକ୍ରେନକୁ ଅନୁମତି ଦେଇ ବିଶ୍ଵରେ ଯୁଦ୍ଧ ପରିସ୍ଥିତିକୁ ଅଧିକ ଘନୀଭୂତ କଲେ। ଏବେ ଯିବା ପୂର୍ବରୁ ନିଜ ପୁଅକୁ ରାଜକ୍ଷମା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବନ୍ଧୁକ ରଖିବା ଏବଂ ଟିକସ ଠକେଇ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ରାଷ୍ଟ୍ରପତି ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ। ରାଜକ୍ଷମା ଦେବା ପରେ ବାଇଡେନ କହିଛନ୍ତି, ମୁଁ ଆଶା କରୁଛି ଆମେରିକାବାସୀ ଏହାକୁ ବୁଝିପାରିବେ।

୨୦୧୪ ଜାନୁୟାରୀ ୧ରୁ ୨୦୨୪ ଡିସେମ୍ବର ୧ ପର୍ଯ୍ୟନ୍ତ ହଣ୍ଟର ବାଇଡେନ କରିଥିବା ସମସ୍ତ ଦୋଷୀରୁ ତାଙ୍କୁ ମୁକ୍ତ କରାଯାଇଛି। ଏହି ସମୟସୀମା ମଧ୍ୟରେ ସେ ଯେଉଁ ଦୋଷତ୍ରୁଟି ବା ଅପରାଧ କରିଛନ୍ତି ସେସବୁରୁ ତାଙ୍କୁ ବାଇଡେନ ରାଜକ୍ଷମା ପ୍ରଦାନ କରିଛନ୍ତି। ବେଆଇନ ଭାବରେ ବନ୍ଧୁକ ରଖିବା, ଟିକସ ଠକିବା ସହିତ ପାରିବାରିକ ବିବଦା ନେଇ ତାଙ୍କ ବିରୋଧରେ ମକଦ୍ଦମା ଚାଲିଥିଲା। ସେ ଡ୍ରଗ୍ସ ଦ୍ଵାରା ମଧ୍ୟ କବଳିତ ହୋଇଥିଲେ। ନିକଟରେ ବାଇଡେନ କହିଥିଲେ ଯେ, ସେ ତାଙ୍କ ପୁଅକୁ କ୍ଷମା କରିବା ଲାଗି ରାଷ୍ଟ୍ରପତି ପଦବୀର କୌଣସି ପ୍ରକାର କ୍ଷମତା ବ୍ୟବହାର କରିବେ ନାହିଁ। ମାତ୍ର ବିଦାୟ ନେବା ପୂର୍ବରୁ ନିଜ କଥାକୁ ନିଜେ ଭାଙ୍ଗି ପୁଅ ପାଇଁ ନିଜ ପଦବୀର ଅପବ୍ୟବହାର କରିଥିବା ଚର୍ଚ୍ଚା ହେଉଛି। ଫଳରେ ପୁଅ ହଣ୍ଟର ବାଇଡେନଙ୍କୁ ଉକ୍ତ ଅପରାଧରେ ଆଉ କୌଣସି ପ୍ରକାର ଦଣ୍ଡବିଧାନ କରାଯାଇପାରିବ ନାହିଁ।

- Advertisement -

୨ ସପ୍ତାହ ତଳେ ବାଇଡେନ ଆମେରିକା ନିର୍ମିତ  ଦୂରଗାମୀ କ୍ଷେପଣାସ୍ତ୍ର ରୁଷ ବିରୋଧରେ ବ୍ୟବହାର କରିବାକୁ ୟୁକ୍ରେନକୁ ଅନୁମତି ଦେଇଥିଲେ। ଏହାର ବ୍ୟବହାର ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଅଧିକ ଘନୀଭୂତ କରିବ ଏବଂ ଏହାଦ୍ଵାରା ବିଶ୍ଵଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ରହିଥିବା ଜାଣି ବି ବାଇଡେନ ଏପରି ନିଷ୍ପତ୍ତି ନେଇଥିଲେ। ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାସନ ଭାର ହାତକୁ ନେବା ପରେ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବେ ବୋଲି ପୂର୍ବରୁ ଘୋଷଣା କରିଥିବାବେଳେ ବାଇଡେନଙ୍କ ନିଷ୍ପତ୍ତି ଟ୍ରମ୍ପଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସ୍ପଷ୍ଟ ବୁଝାପଡ଼ିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories