www.samajalive.in
Sunday, December 7, 2025
23.1 C
Bhubaneswar

୨୦୨୧ ସୁଦ୍ଧା ରେଳବାଇରେ ୪ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ : ଆଗାମୀ ୨୦୨୧ ସୁଦ୍ଧା ରେଳବାଇରେ ୪ଲକ୍ଷ ନୂଆ ନିଯୁକ୍ତି ଦିଆଯିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ ବୁଧବାର ଘୋଷଣା କରିଛନ୍ତି। ଏହି ନିଯୁକ୍ତିରେ ଆର୍ଥିକ କ୍ଷେତ୍ରରେ ପଛୁଆ ସାଧାରଣ ବର୍ଗଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଗୋୟଲ କହିଛନ୍ତି ଯେ ରେଳବାଇରେ ଅନୁମୋଦିତ ପଦ ସଂଖ୍ୟା ୧୫.୦୬ ଲକ୍ଷ ଥିବାବେଳେ ଏବେ ୧୨.୨୩ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ତେଣୁ ୨.୮୨ ଲକ୍ଷ ପଦ ଖାଲି ପଡିଛି। ଏହି ଖାଲି ପଦ ମଧ୍ୟରୁ ୧.୫୧ ଲକ୍ଷ ପଦରେ ନୂଆ ନିଯୁକ୍ତି ନେଇ ଗତବର୍ଷ ଠାରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହାକୁ ବାଦ୍ ଦେଲେ ଆହୁରି ୧.୩୧ ଲକ୍ଷ ପଦ ଖାଲି ରହିଛି। ଆଗାମୀ ଦୁଇବର୍ଷ ମଧ୍ୟରେ ୯୯,୦୦୦ ପଦ ଖାଲି ହେବ। ୨୦୧୯ ଓ ୨୦୨୦ରେ ଯଥାକ୍ରମେ ୫୩ହଜାର ଓ ୪୬ହଜାର କର୍ମଚାରୀ ଅବସର ନେବେ। ଏ ସବୁକୁ ହିସାବ କଲେ ୨୦୨୧ ସୁଦ୍ଧା ରେଳବାଇରେ ପ୍ରାୟ ୪ଲକ୍ଷ ଲୋକ ନିଯୁକ୍ତି ପାଇବେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories