www.samajalive.in
Sunday, December 7, 2025
14.1 C
Bhubaneswar

ବୟସ ପୂର୍ବରୁ ବଙ୍କା କରିଦେଉଛି ପାନୀୟଜଳ

ସମାଜ ଡିଜିଟାଲ ଡେସ୍କ: ପିଇବା ପାଣି ପାଲଟିଯାଇଛି ଜହର। ଏହି ପାଣି ପିଇ ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ହେଉଛନ୍ତି ଗ୍ରାମବାସୀ। ବୟସ ହେବା ପୂର୍ବରୁ ଅଣ୍ଟା ବଙ୍କା ହୋଇଯାଉଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ଖଇରବାଡ଼ି ଗାଁରେ ଏଭଳି ସମସ୍ୟା ଏବେ ଗ୍ରାମବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଖଇରଭାଡ଼ି ଗ୍ରାମର ୩ଟି ସାହି ଗାଉଁନ୍ତିଆ ପଡା, ସର୍ଗିବାହଲି ଓ ଖଇରବାଡ଼ିରେ ଥିବା ସମସ୍ତ ୧୨ଟି ନଳକୂଅର ପାଣି ଆଦୌ ପିଇବା ଯୋଗ୍ୟ ନ ଥିବା ଜଣାଯାଇଛି। ନଳକୂପରୁ ବାହାରୁଥିବା ପାଣିରେ ଫ୍ଲୋରାଇଡ ମାତ୍ରା ଅଧିକ ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ପାଣିରେ ଫ୍ଲୋରାଇଡ ମାତ୍ରା ୨.୦୨ରୁ ୨.୦୫ ଗ୍ରାମ ରହିଛି। ଯାହାକି ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ। ନିକଟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱାସ୍ଥ୍ୟ ମେଳା କରାଯାଇ ୧୦୮ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଥିରୁ ୧୪ ରୋଗୀ ଗୁରୁତର ରୂପେ ଆଣ୍ଠୁ ଗଣ୍ଠି ଜନିତ ଓ ଅନେକ ଦାନ୍ତ ରୋଗରେ ପୀଡିତ ହୋଇଥିବା ଜଣାପଡ଼ିଥିଲା।

- Advertisement -

ଏହା ପରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ନବକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଖଇରବାଡ଼ି ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ତଥ୍ୟ ସଂଗ୍ରହ କରିଥିଲେ। ସଂଗୃହୀତ ୫ ଜଣଙ୍କ ରକ୍ତ ନମୁନା ଓ ୭ଟି ପାଣି ନମୁନାରେ ଫ୍ଲୋରାଇଡ ମାତ୍ରା ଅଧିକ ଥିବା ଜଣାପଡିଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ ଚନ୍ଦାହାଣ୍ଡି ବିଡ଼ିଓ ଏବଂ ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ। ଏହାପରେ  ଗାଁରେ ଥିବା ନଳକୂଅ ପାଣି ବ୍ୟବହାର ଉପରେ କଟକଣା ଲଗାଯାଇଛି। ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ ସ୍ୱରୂପ ଗ୍ରାମଠାରୁ ଗୋଟିଏ କିଲୋମିଟର ଦୂରରେ ଏକ ନୂତନ ନଳକୂପ ଖନନ କରାଯାଇଛି। ନୂତନ ନଳକୂପର ପାଣିକୁ ପାଇପ ସାହାଯ୍ୟରେ ଷ୍ଟାଣ୍ଡପୋଷ୍ଟ ଯୋଗେ ଗାଁରେ ଯୋଗାଇଦିଆଯିବ। ଗ୍ରାମରେ ୧୨୨ଟି ପରିବାରର ୭୪୨ ଜଣ ବସବାସ କରୁଛନ୍ତି।

ଭୂତଳ ଜଳସ୍ତର କମୁଥିବାରୁ ପାଣିରେ ଫ୍ଲୋରାଇଡର ମାତ୍ରା ଅଧିକ ହେଉଥିବା ଏକ କାରଣ ହୋଇପାରେ ବୋଲି କହିଛନ୍ତି ଜିଲ୍ଲା ଜଳ ଓ ପରିମଳ ମିଶନ  କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତୀକ ରାଉତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁତଳ ଜଳ ସଂରକ୍ଷଣ ଅଭିଯାନ ‘କ୍ୟାଚ ଦ ରେନ’ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କଲେ ଭୂତଳ ଜଳ ସ୍ତର ବୃଦ୍ଧି ପାଇବ ଏବଂ ଫ୍ଲୋରାଇଡ ପରିମାଣ କମିବ ବୋଲି ସେ ଆଶାବାଦୀ ଅଛନ୍ତି।

ସେହିପରି ପାନୀୟ ଜଳରେ ଫ୍ଲୋରାଇଡ ପରିମାଣ ଅଧିକ ଥିବାରୁ ଶରୀର ବଙ୍କା ହେବା ସହ ଦାନ୍ତ ଜନିତ ରୋଗ ବୃଦ୍ଧିପାଇଥାଏ। ତେଣୁ ଫ୍ଲୋରାଇଡ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ହିଁ ଗ୍ରାମବାସୀକୁ ଏହି ସମସ୍ୟାରୁ ରକ୍ଷା କରିପାରିବ ବୋଲି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ନବକିଶୋର ବେହେରା ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories