ତୃଣମୂଳସ୍ତରର ବିକାଶ ଦିଗରେ ଆମ ସରକାର ବିଶେଷ ଗୁରୁତ୍ଵ ଦେଉଛନ୍ତି-ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ-୨୦୨୪ରେ ଯୋଗଦେଇ ଉପସ୍ଥିତ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ସମ୍ୱୋଧିତ ମାନନୀୟା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସମ୍ବୋଧିତ କରିଥିଲେ। ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ-୨୦୨୪ ଥିମ “ଜାଗୃତି – Arise, Awake, Achieve” ଆମ ସମସ୍ତଙ୍କ ଜୀବନରେ ଓ ବୃତ୍ତିରେ ଏକ ନୂତନ ଦୃଷ୍ଟିକୋଣ ଦେବାରେ ସକ୍ଷମ ହେବ । ଏହା କେବଳ ଏକ ବାକ୍ୟ ନୁହେଁ , ଏହା ଆମ ଦାୟିତ୍ଵ, ସଫଳତା ଓ ଆଗାମୀ ଭବିଷ୍ୟତ ପାଇଁ ନୂତନ ଆହ୍ୱାନ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ତୃଣମୂଳସ୍ତରର ବିକାଶ ଦିଗରେ ଆମ ସରକାର ବିଶେଷ ଗୁରୁତ୍ଵ ଦେଉଛନ୍ତି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ସାଙ୍ଗକୁ ୨୦୪୭ ସୁଦ୍ଧା ପୂର୍ଣ୍ଣ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ହାସଲ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀ ଙ୍କ ପ୍ରାଥମିକତା ତାଲିକାରେ ସବୁଠୁ ଆଗରେ ଅଛନ୍ତି ମହିଳା, ଯୁବପିଢି, ଅନ୍ନଦାତା ଓ ଗରିବ । ଏହି ପରିପ୍ରେକ୍ଷୀରେ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି ।

କାର୍ଯ୍ୟକ୍ରମରେ କନଫରେନ୍ସ ଡିରେକ୍ଟର ଏବଂ ସେଣ୍ଟ୍ରାଲ କାଉନ୍ସିଲ ମେମ୍ବର,ଆଇସିଏଆଇ, CA ସୁଶୀଲ କୁମାର ଗୋଏଲ, ଭାଇସ ଚେୟାରମ୍ୟାନ, CA (ଡ଼ଃ) ଗୌତମ ଲେଙ୍କା, ଇଷ୍ଟର୍ନ ଇଣ୍ଡିଆ ରିଜିଓନାଲ କାଉନ୍ସିଲର ଭୁବନେଶ୍ୱର ଶାଖାର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.