୭୫ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକ ଦେବେନାହିଁ ଟ୍ୟାକ୍ସ – ଖବର ମିଛ

ଡେସ୍କ: ସାମାଜିକ ଗଣମାଧ୍ୟମରେ ଦେଶର ୭୫ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକମାନଙ୍କୁ ଆଉ ଟ୍ୟାକ୍ସ ଦେବାକୁ ପଡିବ ନାହିଁ ବୋଲି ଏକ ସୂଚନା ଭାଇରାଲ ହେବାରେ ଲାଗିଛି। ଏଥିରେ କୁହାଯାଇଛି ଯେ ଭାରତ ସ୍ୱାଧୀନତାର ୭୦ ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ କେନ୍ଦ୍ର ସରକାର ସମସ୍ତ ୭୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ନାଗରିକମାନଙ୍କ ଠାରୁ ଆଉ ଟ୍ୟାକ୍ସ ସଂଗ୍ରହ କରିବେ ନାହିଁ।

ତେବେ ଏହୁ ସୂଚନାଟି ସମ୍ପୂର୍ଣ୍ଣ ମିଛ। ପତ୍ର ସୂଚନା କାର୍ଯ୍ୟାଳୟର ଫ୍ୟାକ୍ଟ ଚେକ ଅର୍ଥାତ ତଥ୍ୟ ବା ସୂଚନାର ସତ୍ୟାସତ୍ୟ ପରୀକ୍ଷା କରୁଥିବା ୟୁନିଟ ଏହାକୁ ମିଥ୍ୟା ବୋଲି ଦର୍ଶାଇଛି। ସରକାରଙ୍କ ପକ୍ଷରୁ ଏଭଳି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ କି ବିଜ୍ଞପ୍ତି ଦିଆଯାଇ ନାହିଁ ବୋଲି ବିଭାଗ କହିଛି।

Comments are closed.