www.samajalive.in
Sunday, December 7, 2025
14.1 C
Bhubaneswar

ବିମୋହିତ ପର୍ଯ୍ୟଟକ! ଚଳଚଞ୍ଚଳ ଭିତରକନିକା

ରାଜନଗର: ଭିତରକନିକା କେନ୍ଦ୍ରାପଡ଼ା ଜିଲା ତଥା ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ। ଏବେ ଚାଲିଛି ପର୍ଯ୍ୟଟନ ଋତୁ। ପ୍ରକୃତି ରାଣୀର ଏକ ଅନୁପମ ଶୋଭା ସୌନ୍ଦର୍ଯ୍ୟର ଗ୍ରନ୍ଥାଗାର ଓ ଜୈବ ବିବିଧତାପୂର୍ଣ୍ଣ ଭିତରକନିକା। ଏହାର ଜାଙ୍ଗଲୀକ ମାୟା ପ୍ରକୃତି ପ୍ରେମୀଙ୍କୁ ବିମୋହିତ କରେ। ନଦୀରେ ବୋଟରେ ଭ୍ରମଣ କଲାବେଳେ ପର୍ଯ୍ୟଟକଙ୍କୁ ଆନମନା କରେ।

ଶୀତ ଋତୁ ଆରମ୍ଭରୁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। କାହିଁ କେଉଁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ କର୍ମ ଜଂଜାଳରୁ ମୁକ୍ତି ପାଇଁ ଏବଂ ପ୍ରାକୃତିକ ଶୋଭାକୁ ମନ ଭରି ଉପଭୋଗ କରିବା ପାଇଁ ଛୁଟି ଆସୁଛନ୍ତି ଭିତରକନିକା। ଏହି ପର୍ଯ୍ୟଟନ ଋତୁରେ ଅନେକ ପରିବାରଙ୍କ ପାଇଁ ଜୀବିକା ଯୋଗାଇଥାଏ ଏହି ପର୍ଯ୍ୟଟନ ସ୍ଥଳୀ। ବୋଟ୍‌ ଚାଳକ, ଚା’ ଦୋକାନୀ, ପାନ ଦୋକାନୀ, ହୋଟେଲ ବ୍ୟବସାୟୀ ସମସ୍ତେ ଏହି ସମୟରେ ଚଳଚଞ୍ଚଳ ହୋଇ ଉଠିଛନ୍ତି। ପର୍ଯ୍ୟଟନ ଋତୁ ଆରମ୍ଭରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼କୁ ଦେଖି ଆଗକୁ ଆହୁରି ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories