www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରୀମନ୍ଦିର ପ୍ରଶାସକଙ୍କୁ ମିଳିଲା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ, ଆରମ୍ଭ ହେବ ରତ୍ନଭଣ୍ଡାର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଏଏସ୍‌ଆଇ ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶନିବାର ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଏଏସ୍‌ଆଇ ପକ୍ଷରୁ ଏହି କାର୍ଯ୍ୟ ହାଇଦରାବାଦସ୍ଥିତ ଏନଜିଆରଆଇ ସହାୟତାରେ କରାଯାଇଥିଲା। ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ ରହିଛି। ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସୂଚନା ମୁତାବକ, ୨ ମାସ ପୂର୍ବେ ପ୍ରଥମେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସ୍ବର୍ଣ୍ଣ ଅଳଙ୍କାର, ଗୁପ୍ତ ସୁଡ଼ଙ୍ଗ ଏବଂ ଅନ୍ୟ ରତ୍ନଭଣ୍ଡାର ସମ୍ପର୍କରେ ଲେଜରସ୍କାନିଂ କରାଯାଇଥିଲା। କିନ୍ତୁ ରତ୍ନଭଣ୍ଡାର ମଧ୍ୟରେ କୌଣସି ଗୁପ୍ତ ସୁଡ଼ଙ୍ଗ ଏବଂ ଅନ୍ୟ ରତ୍ନଭଣ୍ଡାରର ସନ୍ଧାନ ମିଳି ନଥିଲା।

ପରବର୍ତ୍ତୀ ଅବସ୍ଥାରେ ଏନଜିଆରଆଇ ବରିଷ୍ଠ ବୈଜ୍ଞାନିକ ଡ. ଆନନ୍ଦ କୁମାର ପାଣ୍ଡେଙ୍କ ନେତୃତ୍ବରେ ପୁନର୍ବାର ଜିପିଆର୍-ଜିପିଏସ୍ ସର୍ବେକ୍ଷଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରାୟ ୩ ଦିନ ଧରି ରତ୍ନଭଣ୍ଡାରର ଭିତର ଏବଂ ବାହାର ପାର୍ଶ୍ବରେ ୩ଟି ଅତ୍ୟାଧୁନିକ ମେସିନ ଏବଂ ବୈଷୟିକ ଟିମ ଜରିଆରେ ସର୍ବେକ୍ଷଣ କରାଯାଇଥିଲା। ଶନିବାର ଏହି ସର୍ବେକ୍ଷଣର ସବିଶେ‌ଷ ବିବରଣୀ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି, ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିରର ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ଏଏସ୍‌ଆଇକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories