ଗୋପବନ୍ଧୁ ଚିକିତ୍ସାଳୟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର
ଗୁରୁଡ଼ିଝାଟିଆ: ମାଧବପୁରସ୍ଥିତ ଗୋପବନ୍ଧୁ ଡାକ୍ତରଖାନା ପକ୍ଷରୁ ବ୍ରାହ୍ଣଣବସ୍ତ ଠାରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆଜି ଅନୁଷ୍ଠିତ ହୋଇଛି। ଗ୍ରାମର ଯାତ୍ରାମଣ୍ଡପ ଠାରେ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ଓ ଡାକ୍ତର ବିକ୍ରମ ଷଡଙ୍ଗୀ ପ୍ରାୟ ଦେଢଶହ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପରାମର୍ଶ ଓ ଔଷଧ ବଣ୍ଟନ କରିଥିଲେ। ବହୁ ରୋଗୀ ରକ୍ତହୀନତା, ପୃଷ୍ଟିହୀନତା ଓ ଛାତିରୋଗରେ ଆକ୍ରାନ୍ତ ଥିବାର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦାଶ ଦେଖିବାକୁ ପାଇଥିଲେ। ସେମାନଙ୍କୁ ଉପଯୁକ୍ତ ପରାମର୍ଶ, ଚିକିତ୍ସା ଓ ଔଷଧ ସେବନ ଆଦି ସଂପର୍କରେ ବୁଝାଇଥିଲେ। ଏହି ମାଗଣା ସ୍ୱାସ୍ଥ୍ୟସେବା ଶିବିରକୁ ଉତ୍ସାହର ସହିତ ଗାଁର ବରିଷ୍ଠ ନାଗରିକ, ମହିଳା, ଶିଶୁ ଓ ବିଭିନ୍ନ ବର୍ଗର ଲୋକମାନେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଔଷଧ ନେଇଥିଲେ। ଶିବିରରେ ଫାର୍ମାସିଷ୍ଟ, ସେବିକା ଓ ସେବିକା ବିଦ୍ୟାର୍ଥୀମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା ଶିବିରକୁ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ।
Comments are closed.