www.samajalive.in
Sunday, December 7, 2025
26.1 C
Bhubaneswar

ଭିଏସଏସ ନଗର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ

ଭୂବନେଶ୍ବର: ଭିଏସଏସ ନଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ୨୩ତମ ବାର୍ଷିକ ଉତ୍ସବ ଏବଂ ୨୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇଛି। ମଞ୍ଚର ସଭାପତି କୃପାସିନ୍ଧୁ ସାହୁ ସଭାକାର୍ଯ୍ୟ ଆରମ୍ଭ କରିଥିବା ବେଳେ କୋଷାଧ୍ୟକ୍ଷ ପ୍ରଭାକର ମିଶ୍ର ୨୦୨୩-୨୪ ମସିହାର ଆୟ ବ୍ୟୟର ହିସାବ ତଥା୨୪-୨୫ ମସିହା ପାଇଁ ପ୍ରସ୍ଥାବିତ ଜମା ଖର୍ଚ୍ଚର ଏକ ଆକଳନ ସାଧାରଣ ସଭାରେ ଉପସ୍ଥାପନ କରିଥିଲେ ଯାହାକି ବାଚନିକ ଭୋଟରେ ସମସ୍ତଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ୮୦ ବର୍ଷରୁ ଉର୍ଦ୍ଧ ମଞ୍ଚର ୨୫ ଜଣ ବରିଷ୍ଠ ନାଗରିକଙ୍କ ନାମ ସମ୍ପାଦକ ଭ୍ରମରବର ପ୍ରଧାନ ପାଠ କରିଥିଲେ ଏବଂ ସେମାନଙ୍କୁୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।

ଭିଏସଏସ ନଗର ସରକାରୀ ହାଇସ୍କୁଲ ଏବଂ ପ୍ରଭୁଜୀ ଇଂରାଜୀ ବିଦ୍ୟାଳୟର ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଯଥାକ୍ରମେ ସର୍ବଶ୍ରୀ ଐଶ୍ୱର୍ଯ୍ୟ କୁମାର ଧଳ ଏବଂ ସକ୍ଷମ ସୁଜୟଙ୍କୁ ମାନପତ୍ର ସହ ପ୍ରତ୍ୟେକଙ୍କୁ ଟ୨୦୦୦ ପୁରସ୍କାର ପ୍ରଦାନ କରାଯାଇଥିଲା ।

- Advertisement -

ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ପ୍ରଫେସର ଏମେରିଟସ୍‌ ଡକ୍ଟର ଚତୁର୍ଭୁଜ ଭୁୟାଁ ଏବଂ ମୁଖ୍ୟବକ୍ତା ଜଗଦାନନ୍ଦ ସଭାରେ ଯୋଗଦାନ କରି ବରିଷ୍ଠ ନାଗରିକମାନେ ସମାଜର ଏକ ମୁଖ୍ୟ ଅଂଶ ଏବଂ ସେମାନଙ୍କ ଦ୍ୱାରା ସମାଜକୁ ସଂମୃଦ୍ଧ କରିବା ପାଇଁ ଯେଉଁ ଭୂମିକା ରହଛି ତାହା ଉପରେ ନିଜ ନିଜର ମତ ପ୍ରଦାନ କରିଥିଲେ।

ସଭାର ପ୍ରାରମ୍ଭରେ ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର କର ଗତ ତା ୨୩/୧୧/୨୩ରିଖରେ ଗୃହିତ ପ୍ରସ୍ଥାବ ଗୁଡ଼ିକ ଆଲୋଚନା କରିଥିଲେ ଯାହାକି ସମସ୍ତ ସଭ୍ୟଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିଲା। ମଞ୍ଚ ତରଫରୁ ଏକ ସ୍ମରଣିକା, ୨୦୨୪ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା। ଶେଷରେ ସଭାପତି କୃପାସିନ୍ଧୁ ସାହୁ ବିଶେଷ ବିବରଣୀ ଉପସ୍ଥାପନା କରିଥିଲେ। ସଭାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ସର୍ବଶେଷରେ ଉପସଭାପତି ଅକ୍ଷୟ କୁମାର ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର କର ମଞ୍ଚ ପରିଚାଳନା କରିଥିଲେ। ଏହି ଉତ୍ସବରେ ମଞ୍ଚର ପ୍ରାୟ ପ୍ରତ୍ୟେକ ସଭ୍ୟା/ସଭ୍ୟ ଉପସ୍ଥିତ ଥିଲେ ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories