www.samajalive.in
Monday, December 8, 2025
14.1 C
Bhubaneswar

ଆଖଣ୍ଡଳମଣି ପୀଠରେ ମାଘମାସ ସୋମବାର

ଆରଡି : ମାଘମାସ ସୋମବାରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଥିଲା। ବିଶେଷକରି ପବିତ୍ର ମାଘମାସରେ ମହାଦେବଙ୍କ ନିକଟରେ ଉପାସନା କରିବା ସହିତ ପହିଲି ବୁଡ ପକାଇବା ଓ ପୂଜାର୍ଚ୍ଚନା କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏ ନେଇ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଶ୍ରଦ୍ଧାଳୁଭକ୍ତଙ୍କ ଭିଡ ଜମି ଥିଲା ପୀଠରେ। ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ଦୀର୍ଘ ୮/୯ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁ ଶ୍ରଦ୍ଧାଳୁମାନେ ନାହିଁ ନଥିବା ଅସୁବିଧାରେ ସମୁଖିନ୍ନ ହୋଇଥିଲେ। ଏପରିକି ଏହି ବିଦ୍ୟୁତ କାଟ ଯୋଗୁ ମଣିବାବାଙ୍କ ନୀତିକାନ୍ତିରେ ବିଳମ୍ବ ଦେଖା ଯାଇଥିଲା। ଦୀର୍ଘ ଦେଢବର୍ଷ ହେବ ମଣିବାବଙ୍କ ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀର ପୁନରୁଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ପୁଷ୍କରିଣୀ ସୁଖିଲା ପଡିଛି। ଫଳରେ ଦୈନଦିନ ଦିଅଁଙ୍କର ନୀତିକାନ୍ତି ଓ ପୂଜାର୍ଚ୍ଚନା ପାଇପ ପାଣିରେ ପ୍ରସ୍ତୁତି ହେଉଛି। ଏହାସହ ମନ୍ଦିର ଓ ପୀଠ ଅନ୍ଧକାର ଯୋଗୁ ବହୁ ଭକ୍ତ ମଣିବାବାଙ୍କ ଦର୍ଶନରୁ ବଞ୍ଚିତ ରହିବା ସହ ଧାଡି ମଧ୍ୟରୁ ଫେରି ଯାଇଥିଲେ। ଯାହାକୁ ନେଇ ଭକ୍ତଙ୍କ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି କେତେକ ଭକ୍ତଙ୍କ କହିବା ଅନୁଯାୟୀ ପୀଠ ପ୍ରତି ଜିଲା ପ୍ରଶାସନର ଅଣଦେଖା ଯୋଗୁ ବାରମ୍ବାର ଏପରି ସମସ୍ୟା ଦେଖା ଦେଉଛି। ଏପରି ସମସ୍ୟା ବାବଦରେ ବିଦ୍ୟୁତ ବିଭାଗ ଅସୁରାଳି କଚରର ଏସଡିଓଙ୍କୁ ପଚାରିବାରୁ ବିଦ୍ୟୁତ କାଟ ଉପରସ୍ତରରେ କରାଯାଇଛି ଆମେ କିଛି କହି ପାରିବୁ ନାହିଁ ବୋଲି ସଫେଇ ଦେଇଥିଲେ। ଏପଟେ ଆଗମୀ ସୋମବାରେ ଯଦି ବିଦ୍ୟୁତ କାଟ କରାଯାଏ ତାହାଲେ ମଣିବାବାଙ୍କ ସେବାପୂଜା ଓ ନୀତିକାନ୍ତି ବନ୍ଦ କରିବେ ବୋଲି ମଧ୍ୟ ସେବାୟତମାନେ ସିଧାସଳଖ ଭାବେ ଚେତାବନୀ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories