www.samajalive.in
Sunday, December 7, 2025
18.1 C
Bhubaneswar

ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଗଣଧାରଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଆର୍ ନୂଆଁ ଗାଁ ସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ବାଲିଶୁଗ୍ରି ଗ୍ରାମର ରସାନନ୍ଦ ମଲ୍ଲିକଙ୍କ ସାନ ପୁଅ ଆନନ୍ଦେଶ୍ୱର ମଲ୍ଲିକ (୧୬) ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଡୁଥିଲା। ମଙ୍ଗଳବାର ରାତିରେ ହଷ୍ଟେଲ ପାଇଖାନାରେ ଆନନ୍ଦେଶ୍ୱର ଆତ୍ମହତ୍ୟା କରିଥିବା ନେଇ ବୁଧବାର ସ୍କୁଲ ତରଫରୁ ଥାନାରେ ଅଭିଯୋଗ ଦିଆଯାଇଛି। କିନ୍ତୁ ମୃତକଙ୍କ ବଡ଼ ଭାଇ ଅରୂପା ନନ୍ଦ ମଲ୍ଲିକଙ୍କ ଅଭିଯୋଗ ଯେ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଥିବା ପ୍ରକାଶ କରିଛନ୍ତି। ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ସ୍ଥିତି ଉତ୍ତେଜନା ଧିରେ ଧିରେ ବଢିବାରେ ଲାଗିଛି। ଅନ୍ୟପକ୍ଷେ ଅଭିଯୋଗ ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତହସିଲଦାରଙ୍କ ଉପସ୍ଥିତିରେ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ କରି ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ୨୭/୨୪ ଅପମୃତ୍ୟୁ ମାମଲା ରୁଜୁ କରି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଛାତ୍ର ସନ୍ଦେହ ଜନକ ମୃତ୍ୟୁ ଘଟଣା ପରଦା ହଟେଇବା ପାଇଁ ହଷ୍ଟେଲକୁ ଯାଇ ତନା ଘନା ତଦନ୍ତ  କରୁଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ସକାଳ ୧୧  ଘଣ୍ଟିକା ବେଳେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ଏବଂ କୁଇ ସମାଜ ସେବା ସମିତି  ପକ୍ଷରୁ ମୃତ ଛାତ୍ରଙ୍କ ପରିବାରଙ୍କୁ କ୍ଷତି ପୂରଣ ସହିତ ନ୍ୟାୟ ଯୋଗାଇବା ପାଇଁ  ୫ ଦଫା ଦାବି କରି ଖଜୁରୀପଡ଼ା ସଙ୍କରଖୋଲ ମୁଖ୍ୟ ରାସ୍ତାର ମଧ୍ୟ ଭାଗ ଆର୍ ନୂଆ ଗାଁ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣରେ ବସିଥିଲେ। ଧାରଣାରେ ଶତାଧିକ କୁଇ ସମାଜ କର୍ମୀ ସଦସ୍ୟ ସହିତ କୁଇ ସମାଜ ସେବା ସମିତି ଫୁଲବାଣୀ ସଭାପତି ସୁଦର୍ଶନ କହଁର, ଉପସଭାପତି ରମାକାନ୍ତ ମଲ୍ଲିକ, କୁଇ ସମାଜ ଯୁବ ପରିଷଦ କନ୍ଧମାଳ ଉପସଭାପତି ଆଲୋକ କହଁର, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ସମ୍ପାଦକ ଅଚ୍ୟୁତ ଯାନୀ, କ୍ରୀଡ଼ା ସଭାପତି ସୁଜିତ କୁମାର ମଲ୍ଲିକ,ସହସମ୍ପାଦକ ଗୌତମ ମଳିକ, ଆଇନ ପରାମର୍ଶ ଦାତା ରଞ୍ଜନ କୁମାର କହଁର, କୁଇ ସମାଜ ବେଙ୍ଗ୍ରିକିଆ ସଭାପତି ଗୌତମ ପ୍ରଧାନ, ସମ୍ପାଦକ ଶ୍ୟାମଳ କହଁର,ଶରତ କୁମାର କହଁର,ଲାଇନପଡ଼ା ଶାଖା ସହ ସମ୍ପାଦକ ଅଗସ୍ତି କୁମାର ମଲ୍ଲିକ, ବରଗୋଚ୍ଛା ଯୁବ ପରିଷଦ ସମ୍ପାଦକ ଚନ୍ଦ୍ର କିଶୋର ପ୍ରଧାନ, ଖଜୁରୀପଡ଼ା ବ୍ଲକ ଯୁବ ପରିଷଦ ସଭାପତି ଉମେଶ କୁମାର ଝାଙ୍କର, ଯୁବନେତା ଅନୁପମ କହଁର, ମୃତକଙ୍କ ବଡଭାଇ ଅରୂପାନନ୍ଦ ମଲିକ ସମେତ ଆସ୍ତିକ  ମଲ୍ଲିକ, ଅଜୟ ମଲିକ, ଗୋଲକ ମଲିକ, ବିରଞ୍ଚି ମଲ୍ଲିକ, ସସ୍ମିତା ମଲ୍ଲିକ, ସୁଶୀଳା ଯାନୀ ପ୍ରମୁଖ ଉପସ୍ଥିତ ରହି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ରାଜସ୍ବ ନୀରିକ୍ଷକ ପ୍ରଜ୍ଞା ପରମିତା ପ୍ରଧାନ ଏବଂ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ, ସମେତ ପୋଲିସ ବାହିନୀ ପହଞ୍ଚି ରାସ୍ତା ଉପରେ ଗଣଧାରଣାରେ ବସିଥିବା ଲୋକଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକମାନେ ନ ବୁଝିବାରୁ ଏସଡିପିଓ ସୁପ୍ରସ୍ନ ମଲ୍ଲିକ ଏବଂ ଖଜୁରୀପଡା ତହସିଲଦାର ସୌମ୍ୟ ରଞ୍ଜନ ପାତ୍ର ପହଞ୍ଚି ୫ ଦଫା ଦାବି ଗ୍ରହଣ କରିବା ସହିତ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ସରକାରଙ୍କ ତରଫରୁ ମୃତ ଛାତ୍ରଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯିବ। ଆଜି ସନ୍ଧ୍ୟା ସୁଦ୍ଧା ବ୍ୟାଙ୍କ୍ ଖାତାରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ଏହାର ତଦନ୍ତ କରି ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବ୍ୟବସ୍ଥା କରାଯିବ ବୋଲି ଲୋକଙ୍କୁ ତହସିଲଦାର ପ୍ରତିଶ୍ରୁତି ଦେବା ଗଣଧାରଣା ହଟିଥିଲା।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories