www.samajalive.in
Sunday, December 7, 2025
14.1 C
Bhubaneswar

‘ବୁଲ୍‌ଡୋଜର ନ୍ୟାୟ ଅସାମ୍ବିଧାନିକ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବୁଲ୍‌ଡୋଜର ନ୍ୟାୟକୁ ସୁପ୍ରିମକୋର୍ଟ ବେଆଇନ ଓ ଅସାମ୍ବିଧାନିକ ଦର୍ଶାଇଛନ୍ତି। କୌଣସି ମାମଲାରେ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯିବା କିମ୍ବା ଦୋଷୀ ସାବ୍ୟସ୍ତ କରାଯିବା ସତ୍ତ୍ବେ ଉକ୍ତ ବ୍ୟକ୍ତିର ଘର ବା ବ୍ୟାବସାୟିକ ପ୍ରତିଷ୍ଠାନକୁ ରାଜ୍ୟ କର୍ତ୍ତୃପକ୍ଷ ଭାଙ୍ଗିପାରିବେ ନାହିଁ। ଏପରିକି ଅପରାଧ ପୃଷ୍ଠଭୂମିରେ ଜଡିତ ଥିବା ଦର୍ଶାଇ ଜଣଙ୍କ ଘରକୁ କର୍ତ୍ତୃପକ୍ଷ ବୁଲଡୋଜର ଲଗାଇ ଭାଙ୍ଗି ପାରିବେ ନାହିଁ। ବିଚାରପତି ବି.ଆର ଗଭାଇ ଓ କେ.ଭି ବାଲକୃଷ୍ଣନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ବୁଧବାର ବୁଲ୍‌ଡୋଜର ନ୍ୟାୟ ପ୍ରସଙ୍ଗରେ ଏପରି ରାୟ ଦେଇଛନ୍ତି। ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଅକ୍ଟୋବର ୧ରେ ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଜଣଙ୍କ ଘରକୁ ଭାଙ୍ଗିଦେବା ଦ୍ବାରା ସେମାନଙ୍କ ପିଲା ଓ ପରିବାର ଖୋଲା ଆକାଶ ତଳେ ଆଶ୍ରୟ ନେଉଛନ୍ତି। ଏହାଦ୍ବାରା ସମ୍ବିଧାନର ଧାରା ୨୧ ଅନୁଯାୟୀ ସେମାନଙ୍କ ବାସ କରିବାର ଅଧିକାର କ୍ଷୁଣ୍ଣ ହେଉଛି। କୌଣସି ମାମଲାରେ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯିବା ପରେ ତାର ଘର ଭାଙ୍ଗିବାର ଅଧିକାର କାର୍ଯ୍ୟପାଳିକା ପାଖରେ ନାହିଁ। କାର୍ଯ୍ୟପାଳିକା ଜଣଙ୍କୁ ଦୋଷୀ କିମ୍ବା ନିର୍ଦୋଷ ବିଚାର କରିପାରିବ ନାହିଁ।
ଅନ୍ୟପଟେ ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ଲାଗି ସୁପ୍ରିମକୋର୍ଟ ଦେଶବ୍ୟାପୀ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ମାର୍ଗଦର୍ଶିକା ଅନୁଯାୟୀ କୌଣସି ପ୍ରକାର ଜବରଦଖଲ ବା ବେଆଇନ ନିର୍ମାଣକୁ ଉଚ୍ଛେଦ କରିବାକୁ ହେଲେ କର୍ତ୍ତୃପକ୍ଷ ପ୍ରଥମେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବେ। ଉଚ୍ଛେଦ ପୂର୍ବରୁ ଅତି କମ୍‌ରେ ୧୫ଦିନର ନୋଟିସ୍ ଦେବେ। ଏହି ନୋଟିସକୁ ଘରର ମାଲିକଙ୍କ ନିକଟକୁ ଡାକ ଯୋଗେ ପଠାଯିବା ସହିତ ତାଙ୍କ ଘର କାନ୍ଥରେ ଲଗାଯିବ। ନୋଟିସ ଦିଆଯିବାର ୭ଦିନ ପରେ ପୁନର୍ବାର ଘର ମାଲିକଙ୍କୁ ଉଚ୍ଛେଦ ସମ୍ପର୍କରେ ଅବଗତ କରାଯିବ। ନୋଟିସରେ କେଉଁ ପ୍ରକାର ନିୟମ ଉଲ୍ଲଙ୍ଘନ କରାଯାଇଛି ତାର ସବିଶେଷ ତଥ୍ୟ ଦିଆଯିବ। ଉଚ୍ଛେଦ କାର୍ଯ୍ୟ ସମ୍ପର୍କରେ କର୍ତ୍ତୃପକ୍ଷ ସମ୍ପୃକ୍ତ ଅଞ୍ଚଳର ଜିଲାପାଳଙ୍କୁ ମଧ୍ୟ ଅବଗତ କରାଇବେ। କାରଣ ଜିଲାପାଳ ପ୍ରତ୍ୟେକ ଉଚ୍ଛେଦ କାର୍ଯ୍ୟର ନୋଡାଲ ଅଫିସର। ଉଚ୍ଛେଦ କାର୍ଯ୍ୟର ଭିଡିଓ ରେକର୍ଡିଂ କରାଯିବା ସହିତ ଏହାକୁ ସଂରକ୍ଷଣ ରଖାଯିବ। ଏହି ଭିଡିଓକୁ ସମ୍ପୃକ୍ତ ମ୍ୟୁନିସିପାଲ କମିସନରଙ୍କ ନିକଟକୁ ପଠାଯିବ। ୧୫ଦିନିଆ ନୋଟିସ ମଧ୍ୟରେ ଘର ମାଲିକ ବେଆଇନ ନିର୍ମାଣକୁ ନିଜ ତରଫରୁ ଉଚ୍ଛେଦ କରିବେ। ଅନ୍ୟଥା କର୍ତ୍ତୃପକ୍ଷ ଏହାକୁ ଉଚ୍ଛେଦ କରିବେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories