www.samajalive.in
Sunday, December 7, 2025
26.1 C
Bhubaneswar

୧୬ ଲକ୍ଷ ଟଙ୍କାର ସୁନା ଲୁଟିନେଲେ ମହିଳା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଚୋରିର ଭିଡିଓ ଆପଣ ଦେଖିଥିବେ ନିଶ୍ଚୟ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଗହଣା ଦୋକାନରୁ ସୁନା ଚୋରି କରୁଛନ୍ତି । ପ୍ରାୟ ୧୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରୁଛନ୍ତି ମହିଳା ।

- Advertisement -

ସାମାଜିକ ଗଣମାଧ୍ୟମରେ ସିସିଟିଭି ଫୁଟେଜ୍ ଭାଇରାଲ ହେଉଛି । ସେ ଏଭଳି ଚୋରି କରୁଛନ୍ତି କି ନିଜେ ଗହଣା ଦୋକାନୀ ମଧ୍ୟ ଜାଣିପାରୁନାହାଁନ୍ତି । ଭିଡିଓରେ ୪ ଜଣ ମହିଳା ନଜର ଆସୁଛନ୍ତି । ଜଣେ ମହିଳା ସୁନା ଦେଖିବା ସମୟରେ ଅନ୍ୟ ମହିଳାମାନେ ଯୋଜନାବଦ୍ଧ ଭାବେ ଗହଣା ଚୋରି କରୁଛନ୍ତି । ଏହି ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏବେ ଏହା ଭାଇରାଲ ହେବାରେ ଲାଗିଛି ।

ଭିଡିଓଟି ୨୨ ଜୁନ୍ ୨୦୨୪ ସକାଳ ପ୍ରାୟ ୧୧ଟା ୪୧ ମିନିଟ୍ ସମୟର ବୋଲି ଜଣାପଡିଛି । ମହିଳା ଜଣକ ପ୍ରାୟ ୧୬ ଲକ୍ଷ ଟଙ୍କାର ସୁନା ଚୋରି କରିନେଇଛନ୍ତି । ସିସିଟିଭି ଆଧାରରେ ମହିଳାଙ୍କ ସନ୍ଧାନ ଜାରି ରଖିଛି ପୁଲିସ । ଅନ୍ୟପଟେ ଭିଡିଓକୁ ସମସ୍ତେ ଲାଇକ୍ କରିବା ସହ ସେୟାର କରୁଛନ୍ତି ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories