www.samajalive.in
Monday, December 8, 2025
14.1 C
Bhubaneswar

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ – ତୁରନ୍ତ କାର୍ଯ୍ୟକାରୀ କର ଅଦାଲତ ଆଦେଶ

ଭୁବନେଶ୍ବର: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଠିକଣା ସମୟରେ କାର୍ଯ୍ୟକାରୀ ହେଉ ନଥିବାରୁ ଅଦାଲତ ଅବମାନନା ନୋଟିସ ଜାରି ହେଉଛି। ଏଥିପାଇଁ ସରକାର ଅଧିକାଂଶ ସମୟରେ ଅପ୍ରୀତିକର ପରିସ୍ଥିତିରେ ପଡ଼ୁଛନ୍ତି। ତେଣୁ ଧାର୍ଯ୍ୟ ସମୟରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ ଦିଗରେ ନିଷ୍ପତ୍ତି ନେବା ସହତ ଏ ସଂକ୍ରାନ୍ତରେ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣ‌େ‌ର ଥିବା ସରକାରୀ କାର୍ଯ୍ୟାଳୟକୁ ନିର୍ଦେଶ ଜାରି କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସବୁ ବିଭାଗକୁ ଚିଠି ଲେଖିଛନ୍ତି।

ଶ୍ରୀ ଆହୁଜା ରାଜ୍ୟର ସବୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବ ଓ ଆୟୁକ୍ତଙ୍କ ନିକଟକୁ ଏ ସଂକ୍ରାନ୍ତରେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଉଚ୍ଚ ନ୍ୟାଳୟାଳୟର ମୁଖ୍ୟ ବିଚାରପତି ପ୍ରତି ଶୁକ୍ରବାର ଅଦାଲତ ଅବମାନନା ମାମଲା ଗୁଡ଼ିକର ସ୍ବତନ୍ତ୍ର ଶୁଣାଣି କରୁଛନ୍ତି। ଗତ ଅକ୍ଟୋବର ୪ରେ ମୁଖ୍ୟ ବିଚାରପତି ଏ ସଂକ୍ରାନ୍ତ ଏକ ଶୁଣାଣି କାଳରେ ବିରକ୍ତି ପ୍ରକାଶ କରିଥିଲେ। ଧାର୍ଯ୍ୟ ସମୟରେ ନ୍ୟାୟାଳୟଙ୍କ ‌ନିର୍ଦେଶ ଅନୁପାଳନ ହାର ଖୁବ୍ ନଗଣ୍ୟ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ବହୁସଂଖ୍ୟକ ଅଦାଲତ ଅବମାନନା ସଂକ୍ରାନ୍ତ ନିର୍ଦେଶ କାର୍ଯ୍ୟକାରୀ ନହୋଇ ପଡ଼ିରହୁଛି। ନିର୍ଦେଶ କାର୍ଯ୍ୟକାରୀ ପାଇଁ ସରକାରୀ କାର୍ଯ୍ୟାଳୟ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ମୁଖ୍ୟ ବିଚାରପତିଙ୍କ ଏହି ନିର୍ଦେଶକୁ ଦୃଷ୍ଟିର ରଖି କୋର୍ଟଙ୍କ ଆଦେଶ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରିବା ଦିଗରେ ତୁରନ୍ତ ନିଷ୍ପତ୍ତି ନେବା ସହ ଅଦାଲତ ଅବମାନନା ମାମଲାରୁ ବର୍ତ୍ତିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ସବୁ ବିଭାଗକୁ ନିର୍ଦେଶ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories