www.samajalive.in
Monday, December 8, 2025
16.1 C
Bhubaneswar

ଚିକିତ୍ସା ବିଜ୍ଞାନର ଯୁଗାନ୍ତକାରୀ ପଦକ୍ଷେପ ଭର୍ଚୁଆଲ ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ଅକସ୍ମାତ୍‍ ମୃତ୍ୟୁ ତଥା ଦୁର୍ଘଟଣାଜନିତ ମୃତ୍ୟୁ ପରେ ଭାରତୀୟ ସଂସ୍କୃତି ଅନୁଯାୟୀ ଏକାଧିକ ପରିବାର ସେମାନଙ୍କ ସମ୍ପର୍କୀୟଙ୍କ ଶରୀରକୁ ବ୍ୟବଚ୍ଛେଦ କରିବାକୁ ଆଗ୍ରହ ପ୍ରକାଶ କରି ନଥାନ୍ତି। ଆତ୍ମହତ୍ୟା ହେଉ ଅଥବା ଦୁର୍ଘଟଣା-ଏଭଳି ଘଟଣାରେ ଚିକିତ୍ସା ବିଜ୍ଞାନରେ ମୃତ୍ୟୁର କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ ଏକମାତ୍ର ବିକଳ୍ପ ପାଲଟିଛି। ଏଭଳି କ୍ଷେତ୍ରରେ ମୃତକଙ୍କ ଶରୀରକୁ କାଟି ଏଥିରୁ ତଥ୍ୟ ସଂଗ୍ରହ କରିବା ପ୍ରକ୍ରିୟାରେ ଯୁଗାନ୍ତକାରୀ ସଫଳତା ଆଣିବାକୁ ଯାଉଛି ଭର୍ଚୁଆଲ ବ୍ୟବଚ୍ଛେଦ।
ଭର୍ଚୁଆଲ ବ୍ୟବଚ୍ଛେଦରେ ମଣିଷ ଶରୀରକୁ ସ୍ପର୍ଶ ନକରି ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ, କୋଷିକା, ହାଡ଼ ଏପରିକି ଶିରା ପ୍ରଶିରା ସମ୍ପର୍କର୍ିତ ସମସ୍ତ ତଥ୍ୟ ସଂଗ୍ରହ କରିହେବ। ଜଣେ ମଣିଷର ବାହ୍ୟ ହେଉ ଅଥବା ଆଭ୍ୟନ୍ତରୀଣ ଅଙ୍ଗକୁ ସଠିକ ଭାବେ ପରୀକ୍ଷା କରିବା ପାଇଁ ଭର୍ଚୁଆଲ ବ୍ୟବଚ୍ଛେଦ ପ୍ରକ୍ରିୟା ଖୁବ୍‍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‍ ଅଫ ମେଡିକାଲ ସାଇନ୍ସରେ ଫରେନସିକ୍‍ ମେଡିସନ ବିଭାଗର ମୁଖ୍ୟ ଡା. ସୁଧୀର ଗୁପ୍ତା ଏଭଳି ଚିକିତ୍ସା ପଦ୍ଧତିକୁ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ସହଯୋଗରେ ଡ. ଗୁପ୍ତା ଓ ତାଙ୍କ ଦଳ ଏଭଳି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଭଳି ପ୍ରକ୍ରିୟା ପାଶ୍ଚାତ୍ୟ ଦେଶରେ ପୂର୍ବରୁ କାର୍ଯ୍ୟକାରୀ ହୋଇଛି। ମୁଖ୍ୟତଃ ସୁଇଜରଲ୍ୟାଣ୍ଡରେ ଭର୍ଚୁଆଲ ବ୍ୟବଚ୍ଛେଦ ସେଠାକାର ଚିକିତ୍ସା କ୍ଷେତ୍ରକୁ ବ୍ୟାପକ ମାତ୍ରାରେ ଆଗେଇ ନେବାରେ ସଫଳତା ଅର୍ଜନ କରିଛି।
ଏହି ପ୍ରକ୍ରିୟାରେ ମୃତଦେହକୁ ଏକ କପଡ଼ାରେ ବାନ୍ଧି ସିଟି ସ୍କାନ ମେସିନରେ ଭର୍ତ୍ତର୍ି କରାଯାଏ। ଅସ୍ତ୍ରୋପଚାର କରୁଥିବା ଏକ ଡାକ୍ତରୀ ଟିମଙ୍କ ପ୍ରତ୍ୟକ୍ଷତାରେ ଏହି ମେସିନରେ ମୃତଦେହର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ, କୋଷିକାର ପରୀକ୍ଷା କରାଯାଏ। ଏହି ପ୍ରକ୍ରିୟା ଦ୍ୱାରା ହାଡ଼ ମଧ୍ୟରେ ଥିବା ସୂକ୍ଷ୍ମ ଆଘାତ ମଧ୍ୟ ଚିହ୍ନଟ କରାଯାଇ ପାରୁଥିବା ସହ ଏହି ରିପୋର୍ଟକୁ ପରବର୍ତ୍ତୀ ସମୟରେ ସଂରକ୍ଷିତ ରଖି ଅନୁସନ୍ଧାନରେ ବ୍ୟବହାର କରାଯାଇ ପାରେ। ଫଳରେ କୌଣସି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଦ୍ୱିତୀୟ କିମ୍ବା ତୃତୀୟ ଥର ତଦନ୍ତ କରିବାକୁ ହେଲେ ସଂରକ୍ଷିତ ରେକର୍ଡ଼କୁ ତର୍ଜମା କରାଯାଇ ପାରିବ। ଏଥିପାଇଁ ମୃତଦେହକୁ ସଂରକ୍ଷିତ ରଖିବାର କୌଣସି ଆବଶ୍ୟକତା ନଥାଏ ବୋଲି ଡ. ଗୁପ୍ତା ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories