www.samajalive.in
Sunday, December 7, 2025
26.1 C
Bhubaneswar

ବିରୋଧୀଙ୍କ ମହାମେଣ୍ଟ ମୋଦୀ ବିରୁଦ୍ଧରେ ନୁହେଁ, ଦେଶର ଜନତାଙ୍କ ବିରୁଦ୍ଧରେ : ପ୍ରଧାନମନ୍ତ୍ରୀ

ସିଲବାସା : ବିରୋଧୀଙ୍କ ମହାମେଣ୍ଟ କେବଳ ମୋଦୀ ବିରୁଦ୍ଧରେ ନୁହେଁ, ଏହା ମଧ୍ୟ ଦେଶର ସାଧାରଣ ଜନତାଙ୍କ ବିରୁଦ୍ଧରେ । କିଛି ଲୋକ ନିଜକୁ ବଞ୍ଚାଇବା ପାଇଁ ଯେ କୌଣସି ସାହାରା ଖୋଜିଥାନ୍ତି। ସେହି ଧାରାରେ ମହାମେଣ୍ଟ ଗଠନ କରି ସେମାନେ ନିଜକୁ ବଞ୍ଚାଇବାର ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଦାଦ୍ରାନଗର ହାବେଳି ରାଜଧାନୀ ସିଲବାସାରେ ଏକ ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।
କଲକାତାରେ ଶନିବାର ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଆୟୋଜିତ ମହା ରାଲିରେ ବିରୋଧୀ ଦଳର ନେତାମାନେ ମୋଦୀ ସରକାର ବିରୁଦ୍ଧରେ ବର୍ଷିଛନ୍ତି । ଠିକ୍‍ ସେତିକିବେଳେ ସିଲବାସାରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ କଡା ଜବାବ ଦେଇ କହିଛନ୍ତି। ଏକ ଜନସଭାରେ ଉଦବୋଦନ ଦେଇ ଦେ କହିଛନ୍ତି ପଶ୍ଚିମ ବଙ୍ଗରେ ଭାଜପାର କେବଳ ଜଣେ ମାତ୍ର ବିଧାୟକ ଅଛନ୍ତି। କିନ୍ତୁ ସେଠାରେ ଭାଜପା ବିରୁଦ୍ଧରେ ଦେଶର ସମସ୍ତ ଦଳ ଏକାଠି ହୋଇଛନ୍ତି। ଆମେ ସତ୍ୟ ପଥରେ ଚାଲୁଥିବା ଲୋକ ସେଥିପାଇଁ ଆମର ଜଣେ ମାତ୍ର ବିଧାୟକଙ୍କୁ ଏମାନେ ସମସ୍ତେ ଭୟ କରୁୁଛନ୍ତି ବୋଲି ମୋଦୀ କହିଛନ୍ତି।
ଯେଉଁମାନେ ଦେଶର ସାଧାରଣ ଜନତାଙ୍କ ଅର୍ଥ ଲୁଟ୍‍ କରୁଥିଲେ, ସେମାନଙ୍କୁ ସେଥିରୁ ରୋକା ଯିବାରୁ ମହାମେଣ୍ଟ ଗଠନ କରି ମୋଦୀ ବିରୁଦ୍ଧରେ ପ୍ରଚାର ଚଳାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେ ନାମ ବଦଳରେ କାମ କରିଚାଲିଛୁ, ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସ୍ପଷ୍ଟ ଯାହା ଦେଶର ବିକାଶ ପାଇଁ ଉଦ୍ଧିଷ୍ଟ। ଦେଶରେ ଯେତେଗୁଡିଏ ଯୋଜନା କାର୍ଯ୍ୟକାରୀ କରାଯାଉଛି ତାହାର ମୂଳ ଲକ୍ଷ୍ୟ ହେଉଛି ‘ସମସ୍ତଙ୍କର ସହିତ-ସମସ୍ତଙ୍କର ବିକାଶ’, ଏହା କୌଣସି ପରିବାର ନୁହେଁ । ଯେଉଁ ଦଳ ଦଶକ ଦଶକ ଧରି ଦେଶରେ ଶାସନ କରିଛି ସେମାନେ ପ୍ରତ୍ୟେକ ଯୋଜନାରେ ନିଜ ପରିବାରର ସମ୍ଭାବନାକୁ ଦେଖୁଥିଲେ ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ସୟଲିଠାରେ ନିର୍ମାଣ ହେବାକୁ ଥିବା ମେଡ଼ିକାଲ କଲେଜ ଦାଦ୍ରାନଗର ହାବେଳି, ଡାମନ ଓ ଡିୟୁ ଏବଂ ଆଖପାଖ ଅଞ୍ଚଳରେ ତ୍ରିସ୍ତରୀୟ ଚିକିତ୍ସା ସୁବିଧା ପ୍ରଦାନ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏମ୍‍. ଆରୋଗ୍ୟ ଆପ୍‍, ପ୍ରତ୍ୟେକ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ, କଠିନ ବର୍ଜ୍ୟବସ୍ତୁର ଡିଜିଟାଲ ପ୍ରକ୍ରିୟାକରଣ ଆଦି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories