ୱାଶିିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ନେତା କିମ୍ ଜଙ୍ଗଙ୍କ ମଧ୍ୟରେ ଦ୍ୱୀତିୟ ଶିଖର ସମ୍ମିଳନୀ ଆସନ୍ତାମାସ ଶେଷ ଭାଗରେ ଅନୁଷ୍ଠିତ ହେବ। ଶୁକ୍ରବାର ରାଷ୍ଟ୍ରପତି ଟ୍ରମ୍ପ୍ ଏବଂ ଉତ୍ତରକୋରିଆର ମଧ୍ୟସ୍ଥ କିମ୍ ୟଙ୍ଗ ଚୋଲ୍ଙ୍କ ୱାସିଂଟନରେ ହୋଇଥିବା ଆଲୋଚନା ପରେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ସମ୍ମିଳନୀର ସ୍ଥାନ ସଂପର୍କରେ ପରେ ଘୋଷଣା କରାଯିବ ବୋଲି ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ ସାରା ସ୍ୟାଣ୍ଡର କହିଛନ୍ତି। ଗତବର୍ଷ ଜୁନ୍ ମାସରେ ସିଙ୍ଗାପୁରଠାରେ ଏହି ଦୁଇନେତା ପ୍ରଥମ ଶିଖର ସମ୍ମିଳନୀରେ ଏକାଠି ହୋଇଥିଲେ। ଏହି ଶିଖର ସମ୍ମିଳନୀରେ ଉତ୍ତରକୋରିଆର ସମସ୍ତ ପରମାଣୁ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତାବ ଦେବେ ବୋଲି ଜଣାପଡିଛି।
Popular Categories



