www.samajalive.in
Wednesday, December 10, 2025
15.1 C
Bhubaneswar

ଜିଲା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ପ୍ରଦୂଷଣ ବିରୋଧୀ ଆଇନ ସଚେତନତା କାର୍ଯ୍ୟକ୍ରମ

ପାତ୍ରପୁର: ଜିଲା ଆଇନ ସେବା ପ୍ରାଧିକରଣ ଓ ପାତ୍ରପୁର ତାଲୁକ ଆଇନ ସେବା ସହଯୋଗରେ ପ୍ରଦୂଷଣ ବିରୋଧୀ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଥିଲା। ଏଥିରେ ଛାତ୍ର ସ୍ଵାକ୍ଷରିତ କ୍ଳବ୍ ସହିତ ଜଡିତ ପ୍ରଦୂଷଣ ବିରୋଧୀ ଆଇନ ଉପରେ ସଚେତନତା କରାଯାଇଥିଲା। ମୁଖ୍ୟ ବକ୍ତା ଭାବେ ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଜିଲା ସେସେନ୍ ଜର୍ଜ  ରୁପଶ୍ରୀ ଚୌଧୁରୀ ଯୋଗ ଦେଇଥିବା ବେଳେ ସେକ୍ରେଟାରୀ  ଦେବଶ୍ରୀ ସାହୁ,  ରେଜିଷ୍ଟର ବ୍ରହ୍ମପୁର ପଦ୍ମଲୋଚନ ବଡ଼ଜେନା, କୋର୍ଟ ମେନେଜର  ମନାଲିସା, ଚେୟାରମେନ  ପାତ୍ରପୁର କୋର୍ଟର ବିଚାରପତି କୃଷ୍ଟା ମିଶ୍ର ସରକାରୀ ଓକିଲ ଗୋଲକ ନାୟକ ପ୍ରମୁଖ ମଞ୍ଚସୀନ ଥିଲେ ।କାର୍ଯ୍ୟକ୍ରମରେ ସ୍କିମ ପ୍ରଦର୍ଶନକୁ ବି ସୁରେନ୍ଦ୍ର ରେଡ୍ଡୀ ଏବଂ ପଦ୍ମନାଭପୁରରୁ ତାଙ୍କ ଦଳ ପ୍ରଦର୍ଶିତ କରିଥିଲେ।
 ସେମାନେ ଆଗାମୀ ଦୀପାବଳିକୁ ଦୃଷ୍ଟିରେ ରଖି ପରିବେଶ ଏବଂ ବନ୍ୟଜନ୍ତୁ ଉପରେ ପ୍ରଦୂଷଣର ପ୍ରଭାବ ଚିତ୍ରିତ କରିଥିଲେ। ଛାତ୍ର ସାକ୍ଷରତା କ୍ଲବ ସହିତ ଜଡିତ ପ୍ରଦୂଷଣ ବିରୋଧୀ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏବଂ ଓକିଲମାନେ ଉପସ୍ଥିତ ରହି ପ୍ରଦୂଷଣ ବିରୋଧୀ ଆଇନ ଉପରେ ସେମାନଙ୍କ ମତ ରଖିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories