www.samajalive.in
Tuesday, December 9, 2025
17.1 C
Bhubaneswar

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା : ବୋର୍ଡ ପକ୍ଷରୁ ବିଦ୍ଧିବଧ ଏତଲା ଦାୟର

ଭୁବନେଶ୍ଵର : ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବୋର୍ଡ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଏକ ଏତଲା ଦାୟର କରାଯାଇଛି। ଶୁକ୍ରବାର ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍ ମଙ୍ଗଳବାଗ ଥାନାରେ ଏହି ଏତଲା ଦେଇଛନ୍ତି। ପୂର୍ବରୁ ବୋର୍ଡ ପକ୍ଷରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖାଯାଇଥିବା ବେଳେ ବିଦ୍ଧିବଦ୍ଧ ଭାବେ ଥାନାରେ ଏତଲା ଦିଆଯାଇନଥିଲା।

ସୂଚନାଯୋଗ୍ୟ ଯେ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଯୋଗ୍ୟତା ପରୀକ୍ଷା ଲାଗି ଉଦ୍ଦିଷ୍ଟ ଓଟିଇଟି ଜାନୁଆରୀ ୧୬ରେ ସମଗ୍ର ରାଜ୍ୟରେ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏହାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ଆସିଥିଲା। ଓଟିଇଟି ପ୍ରଶ୍ନପତ୍ରର ନକଲ ମୋବାଇଲରେ ଭାଇରାଲ ହୋଇଥିଲା।  ପ୍ରଘଟ ହୋଇଥିବା ପ୍ରଶ୍ନପତ୍ର ଯାଞ୍ଚ ପରେ ତାହା ଅସଲି ବୋଲି ଜଣାପଡିଥିଲା। ଏହାପରେ ପରୀକ୍ଷାକୁ ବାତିଲ କରି ଦିଆଯାଇଥିଲା।  କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ବୋର୍ଡ ପକ୍ଷରୁ ଚିଠି ଲେଖାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories