www.samajalive.in
Sunday, December 7, 2025
16.1 C
Bhubaneswar

ମା’ ଲକ୍ଷ୍ମୀଙ୍କ ପ୍ରିୟ ଶ୍ରୀଯନ୍ତ୍ର

ମା’ ଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ଶ୍ରୀଯନ୍ତ୍ର ପୂଜା କରିବା ଉଚିତ। ଶ୍ରୀଯନ୍ତ୍ର ପୂଜା କରିବା ଦ୍ବାରା ବ୍ୟକ୍ତି ବିଶେଷ ଭାବେ ମା’ଙ୍କ ଆଶୀର୍ବାଦ ପ୍ରାପ୍ତି କରିଥାଏ। ଏହି ଯନ୍ତ୍ର ତମ୍ବା, ଚାନ୍ଦି ଓ ସୁନାର ଧାତୁରେ ତିଆରି କରାଯାଇଥାଏ। ଶ୍ରୀଯନ୍ତ୍ରକୁ ଆମେ ଶୁକ୍ରବାର ଦିନ ପୂଜା କରିବା ଦ୍ବାରା ବିଶେଷ ଲାଭ ମିଳିଥାଏ।

ମାନ୍ୟତା ଅନୁଯାୟୀ, ଶ୍ରୀଯନ୍ତ୍ର ମା’ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଯନ୍ତ୍ର ଅଟେ। ସେଥିପାଇଁ ତାକୁ ପୂଜା କରିବା ଦ୍ବାରା ବ୍ୟକ୍ତିଙ୍କୁ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ। ଘରେ ବିଧି ପୂର୍ବକ ଶ୍ରୀଯନ୍ତ୍ରର ପୂଜା କରିବା ଦ୍ବାରା ସୁଖଶାନ୍ତି, ସମ୍ପତ୍ତି, ସୌଭାଗ୍ୟ ଓ ଐଶ୍ବର୍ଯ୍ୟ ପ୍ରାପ୍ତି ହୋଇଥାଏ। କିନ୍ତୁ ଶ୍ରୀଯନ୍ତ୍ରକୁ ପୂଜା କରିବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଏହାସହ ଶ୍ରୀଯନ୍ତ୍ର ସ୍ଥାପନ କରିବା ବେଳେ ମଧ୍ୟ ଅନେକ ସତର୍କତା ଅବଲମ୍ବନ କରିବା ଉଚିତ।

- Advertisement -

ଆସନ୍ତୁ ଜାଣିବା ସେହି ବିଷୟରେ ..

ଘରେ ଶ୍ରୀଯନ୍ତ୍ର ସ୍ଥାପନ କରୁଥିଲେ ଶୁଭ ବେଳା ଦେଖି କରନ୍ତୁ। ଯନ୍ତ୍ରକୁ ଭଗବାନଙ୍କ ସ୍ବରୂପ ମାନି ପୂଜା କରିବା ଉଚିତ। ସ୍ଥାପନ କରିବା ଦ୍ବାରା ଆମିଷ, ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଶ୍ରୀଯନ୍ତ୍ର ଦ୍ବାର ମିଳିବାକୁ ଥିବା ଲାଭ ଆପଣଙ୍କୁ ମିଳିବନାହିଁ। ସଠିକ ଭାବେ ନିର୍ମିତ ହୋଇଥିବା ଶ୍ରୀଯନ୍ତ୍ର ପୂଜା କରିବା ଉଚିତ। ପ୍ରତିଦିନ ଶ୍ରୀଯନ୍ତ୍ରକୁ ସଠିକ ବିଧିରେ ପୂଜା କରିବା ଉଚିତ। ଏହାଦ୍ବାରା ଘରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ଶ୍ରୀଯନ୍ତ୍ର ପୂଜା ସମୟରେ ସ୍ବଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ। ପୂଜା ବେଳେ ସର୍ବଦା ପରିଷ୍କାର ପୋଷାକ ପରିଧାନ କରିବା ଉଚିତ। ଏହାସହ ଖାଦ୍ୟରେ ଲୁଣ ବ୍ୟବହାର କରିବା ଅନୁଚିତ।

ପୂଜା କରିବାର ବିଧି :

ଧାର୍ମିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ, ମା’ ଲକ୍ଷ୍ମୀଙ୍କ କୃପା ପାଇଁ ପୂଜା କରାଯାଉଥିବା ଶ୍ରୀଯନ୍ତ୍ରର ସାଧନା ଓ ନିୟମ ଅତ୍ୟନ୍ତ କଷ୍ଟକର ଅଟେ। ଶ୍ରୀଯନ୍ତ୍ର ପୂଜାର କିଛି ସରଳ ଉପାୟ ମଧ୍ୟ ରହିଛି। ଯାହାଦ୍ବାରା ବ୍ୟକ୍ତି ସୁଖ ଓ ସମୃଦ୍ଧି ପାଇପାରିବ। ଶ୍ରୀଯନ୍ତ୍ରକୁ ପବିତ୍ରତା ଓ ଉଚିତ ନିୟମର ସହ ପୂଜା କରିବା ଉଚିତ।

ପ୍ରଥମେ ଶ୍ରୀଯନ୍ତ୍ର ସ୍ଥାପନ କରି ପ୍ରାଣ-ପ୍ରତିଷ୍ଠା କରିବା ଉଚିତ।। ଶ୍ରୀଯନ୍ତ୍ର ପୂଜା କରିବା ବେଳେ କେବେ ବି ମନରେ ଲୋଭ କିମ୍ବା ଅଶାନ୍ତି ରଖନ୍ତୁ ନାହିଁ। ମନକୁ ସର୍ବଦା ଶାନ୍ତ ରଖି ପୂଜା କରନ୍ତୁ। ଶୁକ୍ରବାର ପ୍ରାତଃକାଳରେ ଉଠି ସ୍ନାନ ସାରି ଦିଅନ୍ତୁ। ଗୋଟିଏ ଥାଳୀରେ ଶ୍ରୀଯନ୍ତ୍ର ରଖନ୍ତୁ। ଏହାକୁ ଲାଲ ରଙ୍ଗର କପଡା ଉପରେ ରଖନ୍ତୁ। ଶ୍ରୀଯନ୍ତ୍ରକୁ ପଞ୍ଚାମୃତ, ଗଙ୍ଗାଜଳରେ ସ୍ନାନ କରାଇ ଦିଅନ୍ତୁ। ତାପରେ ଶ୍ରୀଯନ୍ତ୍ରରେ ଲାଲ ଚନ୍ଦନ, ଲାଲ ଫୁଲ, ରୋଲି, ଅରୁଆ ଚାଉଳ, ଲାଲ ଓଢଣୀ ଅର୍ପଣ କରନ୍ତୁ। ମିଷ୍ଠାନ୍ନ ଭୋଗ ରୂପେ ଅର୍ପଣ କରନ୍ତୁ। ତାପରେ ଧୂପ, ଦୀପ, କର୍ପୂରରେ ପୂଜା କରନ୍ତୁ। ଶ୍ରୀଯନ୍ତ୍ର ସମ୍ମୁଖରେ ମା’ ଲକ୍ଷ୍ମୀଙ୍କ ମନ୍ତ୍ର ପାଠ କରନ୍ତୁ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories