ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଅତାବିରାର ଅଭୟ ଓ ମାନସ କୃତକାର୍ଯ୍ୟ
ରେଙ୍ଗାଲିକ୍ୟାମ୍ପ: ଓପିଏସସି ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ବରଗଡ଼଼ ଜିଲ୍ଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ପୋଡବାଡ଼ି ଗ୍ରାମର ଅଭୟ କୁମାର ମହାକୁର। ବୟସ ୨୪ ବର୍ଷ। ସେ ସୁଶାନ୍ତ ମହାକୁର ଓ କମଳା ମହାକୁରଙ୍କ ସୁପୁତ୍ର ଅଟନ୍ତି। ସେ ପ୍ରଥମ ଥର ଓଏଏସ ପରୀକ୍ଷାରେ ୪୦୭ ନଂ ରାଙ୍କରେ ସଫଳ ହୋଇ ପିତା ମାତା ଓ ଜନ୍ମ ମାଟି ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଲରମ୍ଭକ୍ଷ ମହାବିଦ୍ୟାଳୟରୁ ତାଙ୍କର କ୍ୟାରିୟର ଆରମ୍ଭ ଓ ସେ ଭୁବନେଶ୍ୱର ଓୟୁଏଟି ସଂସ୍ଥାରେ କାର୍ଯ୍ୟରତ ଥିଲେ। ପିତା ସମଲେଶ୍ବରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ କେନ୍ଦ୍ରରେ ଅଞ୍ଚଳ ଭାରାପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଏହି ସଫଳତା ପଛରେ ତାଙ୍କ ଅଜାଙ୍କ ପ୍ରେରଣା ରହିଥିବା ସେ ପ୍ରକାଶ କରିଛନ୍ତି।ଏହାପରେ ପରେ ଆଇ ପି ଏସ ପାଇଁ ତାଙ୍କର ଲକ୍ଷ୍ୟ ରହିଛି।
ଅତାବିରା ବ୍ଲକର ଆଉ ଜଣେ ଯୁବକ ମାନସ ରଞ୍ଜନ ପଣ୍ଡା ମଧ୍ୟ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଅତାବିରା ବ୍ଲକ୍ ଅନ୍ତର୍ଗତ ମନାପଡ଼ା ଗ୍ରାମର ମାନସ ରଞ୍ଜନ ପଣ୍ଡା ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନଙ୍କ ଦ୍ବାରା ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୭୫ତମ ସ୍ଥାନରେ କୃତକାର୍ଯ୍ୟ ହୋଇ ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ମାନସ ମନାପଡ଼ା ନିବାସୀ କ୍ଷୀରସାଗର ପଣ୍ଡା ଓ ଦୁର୍ଲଭିଙ୍କ ପୌତ୍ର ତଥା ବ୍ରଜରାଜନଗର ମହାନଦୀ କୋଲଫିଲଡର ମ୍ୟାନେଜର ପର୍ଶନେଲ୍ ଭାବରେ କାର୍ଯ୍ୟରତ ଅଶୋକ ପଣ୍ଡା ଓ ମାତା ନନ୍ଦିତା ପଣ୍ଡାଙ୍କ ପୁତ୍ର ଅଟନ୍ତି।
Comments are closed.