ସମାଜ ସାମ୍ବାଦିକଙ୍କ ମାତୃ ବିୟୋଗ

ବୁର୍ଲା: ସମାଜ ଖବରକାଗଜର ହୀରାକୁଦ ସାମ୍ବାଦିକ ଦିଲ୍ଲୀପ ଦାସଙ୍କ ମାତା ତଥା ପୂର୍ବତନ ଶିକ୍ଷୟତ୍ରୀ ସୁଭଦ୍ରା ଦାସଙ୍କ ଦୁଃଖଦ ପରଲୋକ ଘଟିଛି। ପରଲୋକ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହେଉଥିଲା। ଶ୍ରୀମତୀ ଦାସ ପୂର୍ବତନ ସାମ୍ବାଦିକ ଗନ୍ଧର୍ବ ଚରଣ ଦାସଙ୍କ ପତ୍ନୀ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନି ପୁଅ ରଞ୍ଜନ, ଦିଲ୍ଲିପ ଏବଂ ସଞ୍ଜୟଙ୍କ ସହିତ ତିନି ବୋହୂ ଅମିୟ ପ୍ରଭା, ସୁଦେଶ୍ନା, ନିବେଦିତାଙ୍କ ସମେତ ଦୁଇ ଝିଅ ସନ୍ଧ୍ୟାରାଣୀ ନାୟକ, ଜ୍ୟୋଶ୍ନାରାଣୀ ମହାନ୍ତି ଜ୍ବାଇଁ ଓ ୪ ଜଣ ନାତି ଏବଂ ୫ ଜଣ ନାତୁଣୀ ଉପସ୍ଥିତ ରହିଥିଲେ। ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ପାର୍ଥବ ଶରୀରର ଦର୍ଶନ କରିବା ପାଇଁ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ତାଙ୍କ ହୀରାକୁଦ ସ୍ଥିତ ଏସଡିଓ କଲୋନୀ ପାଖରେ ରହିଥିବା ବାସଭବନକୁ ଆସିଥିଲେ। ସମ୍ୱଲପୁର ସ୍ଥିତ ରାଜଘାଟ ଠାରେ ତାଙ୍କର ଅନ୍ତେଷ୍ଟି କ୍ରିୟା ଅନୁଷ୍ଠିତ ହୋଇଥିବା ବେଳେ ବଡ଼ପୁଅ ରଞ୍ଜନ ମୁଖାଗ୍ନି ଦେଇଥିଲେ।

Comments are closed.