ବେଣ୍ଟପଦା ଓ କଟକିଆ ସାହିରେ ବିଜେଡିର ପଦଯାତ୍ରା
ଆଠଗଡ଼: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଗତ ଅକ୍ଟୋବର ୨ ତାରିଖଠାରୁ ଦଳ ପକ୍ଷରୁ ରାଜ୍ୟ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା କରାଯାଉଛି। ଏହିକ୍ରମରେ ଆଠଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଚାଲିଛି। ରବିବାର ଆଠଗଡ଼ ବ୍ଲକର ବେଣ୍ଟପଦା ଓ କଟକିଆସାହି ପଞ୍ଚାୟତରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପଦଯାତ୍ରା ସମୟରେ ଦଳୀୟ ନେତୃବୃନ୍ଦ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ସାରା ଦେଶରେ ଏବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିଶେଷକରି ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁଁ ସାଧାରଣ ଜନତା ବିଶେଷ ଭାବେ ଗରିଗୁରୁବା ହନ୍ତସନ୍ତ ହେଉଛନ୍ତି। କେବଳ ଭାଷଣବାଜି ଓ ବାହାସ୍ପୋଟ ମାରୁଥିବା ଏବଂ ପୁଞ୍ଜିପତିଙ୍କ ସରକାର ରୂପେ ପରିଚିତ ବିଜେପି ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଥିଲେ। ରାଜ୍ୟରେ ୨୪ ବର୍ଷ ଶାସନ କାଳରେ ବିଜେଡି ସରକାର ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ କରିବା ସହିତ ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରି ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଗତ ନିର୍ବାଚନରେ ବିଜେଡିକୁ କ୍ଷମତାକୁ ନ ଆଣି ସାଧାରଣ ଲୋକ ଅନୁତପ୍ତ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଏହି ପଦଯାତ୍ରାରେ ୩ ନ॰ ଜୋନର ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ବେଣ୍ଟପଦା ପଞ୍ଚାୟତର ଦଳୀୟ ସଭାପତି ଚୈତନ ବେହେରା, ବେଣ୍ଟପଦା ସରପଞ୍ଚ ଶ୍ରୀକାନ୍ତ ପଣ୍ଡା, ସମିତିସଭ୍ୟା ରୂପ ମଲ୍ଲିକ, ନାରୀନେତ୍ରୀ ବାସନ୍ତୀ ରାଉଳ, ମିତାଲି ରାଉତ, ବରିଷ୍ଠ ନେତା ଗୁରୁଦତ୍ତ ମିଶ୍ର, ସୋମନାଥ ବେହେରା, ନିମାଇଁ ଚରଣ ନାଥ, ଦେବାଶିଷ ମହାପାତ୍ର, ପ୍ରଦୀପ ସାହୁ, ଅକ୍ଷୟ ସାହୁ, ସମବାୟ ସମିତି ସଭାପତି ପବିତ୍ର ସାହୁଙ୍କ ସହିତ ଅନ୍ୟମାନେ ଉଦବୋଧନ ଦେଇଥିଲେ। ସେହିପରି କଟକିଆସାହି ପଞ୍ଚାୟତ ପଦଯାତ୍ରାରେ କଟକ ଜ଼ିଲ୍ଲା ବିଜେଡି ଉପସଭାପତି ନୃସିଂହ ଚରଣ ମହାପାତ୍ର, ଜ଼ିଲ୍ଲା ସମ୍ପାଦକ ପ୍ରଦୀପ୍ତ ଦାସ କଟିକିଆସାହି ବିଜେଡି ସଭାପତି ଦେବରାଜ ପ୍ରଧାନ, ସରପଞ୍ଚ ମାନସୀ ରାଉତ, ସମିତିସଭ୍ୟା ପ୍ରତିମା ପ୍ରଧାନ, ବରିଷ୍ଠ ନେତା ଭରତ ଚନ୍ଦ୍ର ପାଣି, ପୃର୍ବତନ ସରପଞ୍ଚ ବିପିନି ବିହାରୀ ସ୍ୱାଇଁ ଓ ନରେନ୍ଦ୍ର ସ୍ୱାଇଁ, ଯୁବ ନେତା ଅରୁଣ କୁମାର ସାହୁ, ପ୍ରଫୁଲ ରାଉତ, ପ୍ରଦୀପ ସାହୁ ସର୍ପେଶ୍ୱର ସମବାୟ ସମିତିର ସଭାପତି ରଜତ କୁମାର ସ୍ୱାଇଁଙ୍କ ସମେତ ଅନ୍ୟ ଦଳୀୟ କାଯ୍ୟକତା ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ। ଉଭୟ ପଞ୍ଚାୟତରେ ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ଏହି ଜନସମ୍ପର୍କ ପଦଯାତ୍ରାରେ ଯୋଗ ଦେଇଥିଲେ।
Comments are closed.