www.samajalive.in
Sunday, December 7, 2025
14.1 C
Bhubaneswar

ଓଏଏସ୍ ପରୀକ୍ଷାରେ ବାଜି ମାରିଲେ ତୁରୁମୁଙ୍ଗାର ବିକାଶ ସାହୁ

ପାଟଣା: ସଦ୍ୟ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବାସିନ୍ଦା ପ୍ରଦୀପ କୁମାର ସାହୁ ଓ ଇନ୍ଦୁମତି ସାହୁଙ୍କ ପୁଅ ବିକାଶ କୁମାର ସାହୁ ସଫଳତା ପାଇଛନ୍ତି। ସେ ୨୨୨ ରାଙ୍କରେ ରହି ଏହି ସଫଳତା ପାଇଛନ୍ତି। ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ବିକାଶ ୨୦୦୯ରେ ମାଟ୍ରିକ ପାସ କରିଥିଲେ। ସଂପ୍ରତି ବିକାଶ ଓଏନଜିସିରେ ଜଣେ ଭୂତତ୍ତ୍ଵବିତ୍ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ୨ ଭାଇରେ ଗୋଟିଏ ଭଉଣୀ  ଥିବା ପ୍ରଦୀପ କୁମାର ସାହୁଙ୍କ ପରିବାରରେ  ବିକାଶଙ୍କ ସଫଳତା ହାସଲ ପାଇଁ ଖୁସିର ଲହରୀ ଖେଳିଯାଇଛି। ବିକାଶଙ୍କ ସଫଳତାରେ ତୁରୁମୁଙ୍ଗା ବାସିନ୍ଦା ତଥା ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବିକାଶଙ୍କୁ ନିଜ ନିଜର ଶୁଭେଛା ଜଣାଇଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories