www.samajalive.in
Wednesday, December 10, 2025
17.1 C
Bhubaneswar

ୟୁକ୍ରେନ ଯୁଦ୍ଧ ପାଇଁ ରୁଷ୍‌କୁ ୧୨ହଜାର ସୈନ୍ୟ ପଠାଇଲା ଉତ୍ତରକୋରିଆ

ସିଓଲ: ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷ୍‌ର ପକ୍ଷ ନେଇଛି ଉତ୍ତରକୋରିଆ। ଏହି ଯୁଦ୍ଧରେ ରୁଷ୍‌କୁ ସହାୟତା କରିବା ଲାଗି ଉତ୍ତରକୋରିଆ ଏହାର ୧୨ହଜାର ସୈନ୍ୟଙ୍କୁ ପଠାଇଛି। ଦକ୍ଷିଣ କୋରିଆ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଉତ୍ତରକୋରିଆ ସୈନ୍ୟ ରୁଷ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଦକ୍ଷିଣ କୋରିଆର ଜାତୀୟ ଗୁଇନ୍ଦା ସେବା (ଏନଆଇଏସ୍‌)ର କହିବା ଅନୁଯାୟୀ ଉତ୍ତରକୋରିଆର ଏହାର ସ୍ବତନ୍ତ୍ର ବାହିନୀର ସୈନିକଙ୍କୁ ରୁଷ୍ ପଠାଇବା ଆରମ୍ଭ କରିଛି। ସୈନିକଙ୍କ ଯାତ୍ରା ସମ୍ପର୍କିତ ଉପଗ୍ରହ ଚିତ୍ର ଏନଆଇଏସ୍‌ ଜାରି କରିଛି। ରୁଷ୍‌ ନୌସେନାର ଏକ ପରିବହନକାରୀ ଜାହାଜରେ ଉତ୍ତରକୋରିଆର ପ୍ରାୟ ୧୫୦୦ ସୈନିକ ପ୍ରଥମ ପର‌୍ୟ୍ୟାୟରେ ଯାତ୍ରା କରିଛନ୍ତି। ଏହିସବୁ ସୈନିକଙ୍କୁ ରୁଷ୍‌ ଭାଲଡିଭୋସ୍କରେ ମୁତୟନ ହେବେ। ରୁଷ୍‌କୁ ଉତ୍ତର-କୋରିଆର ସୈନ୍ୟ ସହାୟତା ପ୍ରସଙ୍ଗକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର୍ ଜେଲେନସ୍କି ମଧ୍ୟ ସ୍ବୀକାର କରିଛନ୍ତି। ଗୁରୁବାର ନାଟୋ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଜେଲେନସ୍କି କହିଥିଲେ ଯେ ରୁଷ୍‌କୁ ସହାୟତା ଲାଗି ଉତ୍ତରକୋରିଆ ତାର ସୈନିକଙ୍କୁ ପ୍ରଶିକ୍ଷଣ ଦେଉଛି। ସୈନିକମାନେ ଏବେ ଉତ୍ତରକୋରିଆରେ ପ୍ରଶିକ୍ଷଣ ନେଉଛନ୍ତି। ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନର ଆକ୍ରମଣରେ ରୁଷ୍ ଏହାର ଅନେକ ସୈନିକଙ୍କୁ ହରାଇଥିବାବେଳେ ସୈନ୍ୟ ଅଭାବକୁ ଭରଣା କରିବା ଲାଗି ଉତ୍ତରକୋରିଆ ଉପରେ ନିର୍ଭର କରିଛି। ରୁଷକୁ ଉତ୍ତରକୋରିଆ ସୈନ୍ୟ ପଠାଇବା ନିଷ୍ପତ୍ତିକୁ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍‌ ଶୁକ୍ରବାର ସୁରକ୍ଷା ସମ୍ପର୍କିତ ଜରୁରୀ ବୈଠକ କରିଛନ୍ତି। ୟୁନ୍ କହିଛନ୍ତି ଯେ ରୁଷ୍‌ ସହିତ ଉତ୍ତରକୋରିଆର ଏହି ସାମରିକ ସମ୍ପର୍କ ଦକ୍ଷିଣ କୋରିଆ ପାଇଁ ବଡ ବିପଦ ହୋଇପାରେ। ଗତ ଜୁନ୍‌ରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆ ଗସ୍ତ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories