www.samajalive.in
Sunday, December 7, 2025
18.1 C
Bhubaneswar

ହ୍ଵାଟ୍‌ସ୍‌ଆପ୍‌ ରେ ବିବାହ ବିଚ୍ଛେଦ; ଛାଡପତ୍ର ମଞ୍ଜୁର କଲେ କୋର୍ଟ

ନାଗପୁର: ନାଗପୁର ପରିବାର ଅଦାଲତରେ(ଫ୍ୟାମିଲି କୋର୍ଟ) ଏକ ବିରଳ ଘଟଣା ଘଟିଛି । ହ୍ଵାଟ୍‌ସ୍‌ଆପ୍‌ ଭିଡିଓ କଲ୍‌ ମାଧ୍ୟମରେ ପତି-ପତ୍ନୀଙ୍କ ବିବାହ ବିଚ୍ଛେଦ ହୋଇଛି । ୩୫ ବର୍ଷୀୟ ନାଗପୁର ଖାମଲାରେ ରହୁଥିବା ମହିଳା ଆମେରିକା ମିଚିଗାନ୍‌ ରେ ଷ୍ଟୁଡେଣ୍ଟ୍‌ ଭିସାରେ ଅଧ୍ୟୟନ କରୁଛନ୍ତି । ଶିକ୍ଷାନୁଷ୍ଠାନରୁ ଦୀର୍ଘ ଦିନ ଛୁଟି ନମିଳିବା କାରଣରୁ ପତ୍ନୀ ଛାଡପତ୍ରର ଶୁଣାଣି ସମୟରେ ଉପସ୍ଥିତ ରହି ପାରିବେ ନାହିଁ ବୋଲି କୋର୍ଟକୁ ଜଣାଇଥିଲେ ।

ମହିଳା ଜଣଙ୍କ କୋର୍ଟକୁ ଅନୁରୋଧ କରିଥିଲେ ଯେ, ଏହି ମାମଲାର ଶୁଣାଣି ହ୍ଵାଟ୍‌ସ୍‌ଆପ୍‌ ଭିଡିଓ କଲ୍‌ ମାଧ୍ୟମରେ କରାଯାଉ । ଉଭୟ ପକ୍ଷରୁ ସହମତି ମିଳିବା ପରେ ନାଗପୁର ଫ୍ୟାମିଲି କୋର୍ଟର ଜଜ ସ୍ବାତି ଚୌହାନ ହ୍ଵାଟ୍‌ସ୍‌ଆପ୍‌ ଭିଡିଓ କଲ୍‌ ମାଧ୍ୟମରେ ଛାଡ଼ପତ୍ର ମଞ୍ଜୁର କରିଥିଲେ । ପତି ନିଜ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କା ଭରଣପୋଷଣ ଦେବା ସର୍ତ୍ତରେ ଏହି ଶୁଣାଣି ହୋଇଛି । ଉଭୟଙ୍କ ଛାଡପତ୍ର ୧୪ ଜାନୁଆରୀରେ ଚୂଡାନ୍ତ ହୋଇଥିଲା। ପତ୍ନୀଙ୍କୁ ହ୍ଵାଟ୍‌ସ୍‌ଆପ୍‌ ଭିଡିଓ କଲ୍‌ ମାଧ୍ୟରେ ଏହି ଛାଡପତ୍ର ମିଳିଥିଲା।

- Advertisement -

ସୂଚନାଯୋଗ୍ୟ, ୨୦୧୩ ମସିହା ଅଗଷ୍ଟ ୧୧ରେ ଉଭୟଙ୍କ ପରିବାର ସହମ୍ମତିରେ ବିବାହ ହୋଇଥିଲା। ଆମେରିକା ଭିସାର କାର୍ଯ୍ୟକାଳ ଶେଷ ହେବା ପରେ ପତ୍ନୀ କିଛି ଦିନ ଶାଶୂଘରେ ରହିବାରୁ ଉଭୟଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା। ପରେ ସେ ଷ୍ଟୁଡେଣ୍ଟ୍‌ ଭିସାରେ ମିଚିଗାନ୍‌ ଯାଇଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories