ପ୍ରୟାଗରାଜ.– କୁମ୍ଭମେଳାର ପ୍ରଥମଦିନ ଶାହୀ ସ୍ନାନ ଅବସରରେ ପ୍ରୟାଗରାଜରେ ଦେଢ କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ସଙ୍ଗମ ନିକଟରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ସୂର୍ଯ୍ୟୋଦୟ ପୂର୍ବରୁ ପବିତ୍ର ସ୍ନାନ କରିଛନ୍ତି । ଏଥିପାଇଁ ପ୍ରୟାଗରାଜରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ନାନ ଘାଟର ବ୍ୟବସ୍ଥା କରାଯାଇଛି ।
ସୂର୍ଯ୍ୟୋଦୟ ପୂର୍ବରୁ ପ୍ରୟାଗରାଜରେ ଶାହୀ ସ୍ନାନ ଆରମ୍ଭ ହୋଇଥିଲା । ତ୍ରିବେଣୀ ସଙ୍ଗମରେ ବିଭିନ୍ନ ଆଖାଡା ପରିଷଦର ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁମାନେ ସ୍ନାନ କରିଥିଲେ । ଶାହୀସ୍ନାନ ପାଇଁ ସଙ୍ଗମରେ ୨୧ଟି ସ୍ନାନ ଘାଟ କରାଯାଇଛି । ପ୍ରଥମ ଥର ପାଇଁ ତିନୋଟି ମହିଳା ପୁଲିସ ୟୁନିଟରୁ ମହିଳାଙ୍କ ସୁରକ୍ଷା ପାଇଁ ମୁତୟନ କରାଯାଇଛି । କୁମ୍ଭ ମେଳାପାଇଁ ୪୦ଟି ସ୍ୱତନ୍ତ୍ର ଥାନା ଓ ୫୮ ଟି ପୁଲିସ ଆଉଟ ପୋଷ୍ଟ କରାଯାଇଛି ।



