ପିଆଇବି ଓ ସିବିସି ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ଡ଼େସ୍କ: ଦେଶବ୍ୟାପୀ ପାଳିତ ହେଉଥିବା ସ୍ବଚ୍ଛତା ହିଁ ସେବା ଅଭିଯାନ ଏବଂ ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର ସ୍ଥିତ ଏନଏବିଏମ୍ ପରିସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ କାର୍ଯ୍ୟାଳୟ ପରିସର ସଫେଇ କରାଯାଇଥିଲା। ମନ୍ତ୍ରଣାଳୟର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ନେତୃତ୍ୱରେ ସିବିସି ଓ ପିଆଇବିର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସ୍ବଚ୍ଛତା ପାଇଁ ଶ୍ରମଦାନ କରିଥିଲେ। ଏହି ସ୍ବଚ୍ଛତା ଅଭିଯାନରେ ସିବିସି ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ, ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଭାଗ ନେଇଥିଲେ ।
Comments are closed.