www.samajalive.in
Sunday, December 7, 2025
26.1 C
Bhubaneswar

ଖେଲୋ ଇଣ୍ଡିଆ କନିଷ୍ଠ ମହିଳା ସନ୍ତରଣ ପ୍ରତିଯୋଗୀତା ଆରମ୍ଭ

ସମ୍ବଲପୁର: ସମ୍ବଲପୁରର ଡା. ଝସକେତନ ସାହୁ ସନ୍ତରଣାଗାର ଠାରେ ଶନିବାର ୨ ଦିନିଆ ଖେଲୋ ଇଣ୍ଡିଆ କନିଷ୍ଠ ମହିଳା ସନ୍ତରଣ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି। ପ୍ରଥମ ଦିନର ପ୍ରତିଯୋଗିତାରେ ବିହାର, ଛତିଶଗଡ଼଼, ଝାରଖଣ୍ଡ, ମଧ୍ୟ ପ୍ରଦେଶ ଏବଂ ଓଡ଼ିଶାର ସମୁଦାୟ ୮୪ ଜଣ ସନ୍ତରଣବିତ ମାନେ ୧୮ ବର୍ଷରୁ କମ ଓ ୧୫ ବର୍ଷରୁ କମ ବର୍ଗରେ ଭାଗ ନେଇଥିଲେ। ଆଜି ୧୦ଟି ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଗୁଡିକ ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଓଡ଼ିଶାର ଦିବ୍ୟଙ୍କା ପ୍ରଧାନ ସମୁଦାୟ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରି ସର୍ବାଧିକ ପଦକ ପ୍ରାପ୍ତ କରିଛନ୍ତି। ପ୍ରଥମ ଦିବସରେ ହୋଇଥିବା ୧୦ଟି ପ୍ରତିଯୋଗିତା ମଧ୍ୟରୁ ୭ଟିରେ ଓଡ଼ିଶାର ସନ୍ତରଣବିତ ମାନେ ସ୍ୱର୍ଣ୍ଣ ପଦକ, ଝାରଖଣ୍ଡର ସନ୍ତରଣବିତ ମାନେ ୨ଟି ଏବଂ ଛତିଶଗଡ଼଼ର ଜଣେ ସନ୍ତରଣବିତ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଓଡ଼ିଶାର ଚିନ୍ମୟୀ ବେହେରା ୟୁ – ୧୫ ବର୍ଗରେ ଗୋଟିଏ ସ୍ୱର୍ଣ୍ଣ, ଧାନ୍ୱି ଭୌମିକ ୟୁ -୧୫ ବର୍ଗରେ ୨ଟି ସ୍ୱର୍ଣ୍ଣ, ଅର୍ପିତା ସାମଲ ୟୁ – ୧୫ ବର୍ଗରେ ଗୋଟିଏ ସ୍ୱର୍ଣ୍ଣ ପଦକ ଏବଂ ଦିବ୍ୟାଙ୍କା ପ୍ରଧାନ ୟୁ – ୧୮ ବର୍ଗରେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଆୟୋଜିତ ଉଦଘାଟନୀ ଉତ୍ସବରେ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ସଭାପତି ପ୍ରଦିପ ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବିଧାୟକ ଜୟନାରାୟଣ ମିଶ୍ର, ସମ୍ମାନିତ ଅତିଥି ରୂପେ ମହାନଗର ନିଗମ କମିଶନର ବେଦଭୂଷଣ ଯୋଗ ଦେଇଥିଲେ। ଏହି ଅବସରରେ ସ୍ପୋଟ୍ସ ଅଥରେଟୀ ଅଫ ଇଣ୍ଡିଆର ହକି କୋଚ ରାକେଶ କୁମାର ଶୁକଦେବ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସଂଯୁକ୍ତା କୁଲୁ, ସନ୍ତରଣ ସଂଘର ସାଧାରଣ ସମ୍ପାଦକ ଗୋଲାପମଣି ମହନ୍ତ ଓ କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଯେ, ଭାରତୀୟ ଖେଳ ପ୍ରାଧିକରଣ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଫ୍ରି ଷ୍ଟାଇଲ, ବେକ ଷ୍ଟ୍ରୋକ, ବ୍ରେଷ୍ଟ ଷ୍ଟ୍ରୋକ, ବଟର ଫ୍ଲାଇ ଏବଂ ବ୍ୟକ୍ତିଗତ ମେଡଲି ବର୍ଗରେ ପ୍ରତିଯୋଗିତା ଆୟୋଜିତ ହେଉଛି। ଏହି ପ୍ରତିଯୋଗିତା ରବିବାର ସମ୍ପନ୍ନ ହେବ। ପ୍ରତିଯୋଗିତାକୁ ଆୟୋଜନରେ ସ୍ପୋର୍ଟସ ଅଥରେଟି ଅଫ ଇଣ୍ଡିଆ, ସମ୍ବଲପୁର ଜିଲା ପ୍ରଶାସନ, ଜିଲା ସନ୍ତରଣ ସଂଘ ଏବଂ ଓଡ଼ିଶା ମାର୍ଷ୍ଟସ ସୁଇମରସ କ୍ଲବ ସହଯୋଗ କରୁଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories