ଜିଆଖତ ଉତ୍ପାଦନ ଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମ
ଜି ଉଦୟଗିରି: ଜି ଉଦୟଗିରି ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗିଆ ଆରସ୍ମିନି ଜନତା ଉଚ୍ଚ ବିଦ୍ୟାଳୟରେ ଜିଆଖତ ଉତ୍ପାଦନ ଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃଷି ବୈଜ୍ଞାନିକ ଡଃ ସୁଜିତ୍ କୁମାର ମୁଖି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଜିଆଖତ ପ୍ରସ୍ତୁତି ସମ୍ଵନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ବିଦ୍ୟାଳୟ ପରିସରରେ ଏକ ଜିଆଖତ ୟୁନିଟ ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଜିଆ ଖତ ଚାଷ ଉପରେ ତାଲିମ୍ ନେଇଥିଲେ।କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ମହମ୍ମଦ ଜାମିଲ, ବିଜ୍ଞାନ ଶିକ୍ଷକ ରାକେଶ ନାୟକ, ସୁରେଶ ଚନ୍ଦ୍ର ସାହୂ ଓ ନନ୍ଦ କିଶୋର ଶିଆଳ ପ୍ରମୂଖ ଉପସ୍ଥିତ ଥିଲେ। ସେହିପରି ଅପରାହ୍ନରେ ସ୍ୱଚ୍ଛତା ହିଁ ସେବା ସପ୍ତାହ ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଉକ୍ତ ବିଦ୍ୟାଳୟ ପରିସରରେ କ୍ଷେତ୍ର ବୈଜ୍ଞାନିକ ଶ୍ରୀମତି ଶ୍ରିପାଳି ପ୍ରଧାନଙ୍କ ଦ୍ବାରା ଏକ ସଫେଇ କାର୍ଯକ୍ରମ ଆୟାଯୋନ କରଯାଇଥିଲା।
Comments are closed.