କୌଣସି ରାସ୍ତା ଉପରେ ହେବନି ତୋରଣ – ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

ଡେସ୍କ: ଦଶହରା ଉତ୍ସବକୁ ନେଇ ଉତ୍ସାହର ବାତାବରଣ ଆରମ୍ଭ ହୋଇଥିବା ବେଳେ ଆଜି ହାଇକୋର୍ଟ କୌଣସି ରାସ୍ତା ଉପରେ ତୋରଣ ନିର୍ମାଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଡିଜେ ମୁକ୍ତ, ମଦ ମୁକ୍ତ ଓ ପଲିଥିନ ମୁକ୍ତ ଦଶହରା ପାଳନ ପାଇଁ ସ୍ଥିର ହୋଇଥିବା ବେଳେ ଏବେ ହାଇକୋର୍ଟ ଆଜି ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି। ଏଥି ସହ ରାସ୍ତା ଉପର ଦେଇ ଯାଇଥିବା କେବୁଲ ଓ ତାର ସମ୍ପୂର୍ଣ୍ଣ ହଟାଇବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଅକ୍ଟୋବର ୫ ସୁଦ୍ଧା କଟକ ସହରର ସମସ୍ତ ରାସ୍ତା ମରାମତି ହେବ ବୋଲି ପୂର୍ତ୍ତ ସଚିବ କୋର୍ଟଙ୍କୁ ଅବଗତ କରିଛନ୍ତି।

Comments are closed.