www.samajalive.in
Sunday, December 7, 2025
18.1 C
Bhubaneswar

ରାହୁଲ୍‍ଙ୍କ ପ୍ରଧାନମନ୍ତ୍ରୀତ୍ୱକୁ ସମର୍ଥନ କରିବେ ଦେବେଗୌଡ଼ା

ବେଙ୍ଗାଲୁରୁ: ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି ଜେଡିଏସ୍‍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍ ଡି ଦେବେଗୌଡ଼ା।
ଏକ ସାକ୍ଷାତକାର ଅବସରରେ ଦେବେଗୌଡ଼ା କହିଛନ୍ତି ଯେ ରାହୁଲ୍‍ ଗାନ୍ଧୀ ଜଣେ ଯୁବ ଓ ଉଦୀୟମାନ ନେତା। ସେ ମାତ୍ର ବର୍ଷେ ପୂର୍ବରୁ କଂଗ୍ରେସର ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହା ମଧ୍ୟରେ ସେ ଅନେକ ଅଭିଜ୍ଞତା ହାସଲ କରିପାରିଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ସହଜ ହେବନି। ଆବଶ୍ୟକ ସ୍ଥଳେ ତାଙ୍କୁ ସମର୍ଥନ ଦେବାରେ କୌଣସି ଦ୍ୱିଧା ନାହିଁ।
ମୋଦୀଙ୍କ ଶାସନ ସମ୍ପର୍କରେ ଦେବେଗୌଡ଼ା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଭାବରେ ମୋଦୀ ଆତ୍ମପ୍ରଚାରରେ ଯେତିକି ଅର୍ଥ ଖର୍ଚ୍ଚ କରିଛନ୍ତି ପୂର୍ବରୁ ଭାରତର କୌଣସି ପ୍ରଧାନମନ୍ତ୍ରୀ ଏତେ ଟଙ୍କା ଖର୍ଚ୍ଚ କରିନାହାନ୍ତି। ସେହି ଟଙ୍କା ତାଙ୍କର ନିଜସ୍ୱ ନୁହେଁ। କିଛି ଉତ୍ସାହୀ ବ୍ୟକ୍ତି ଓ କର୍ପୋରେଟ୍‍ ସଂସ୍ଥା ମୋଦୀଙ୍କ ଆତ୍ମପ୍ରଚାର ପାଇଁ ଟଙ୍କା ଦେଇଛନ୍ତି। ମୋଦୀଙ୍କ ପ୍ରଥମ ଭାଷଣ ଥିଲା ଭ୍ରଷ୍ଟମୁକ୍ତ ଭାରତ। ତା’ ପରେ ସେ ମେକ୍‍ ଇନ୍‍ ଇଣ୍ଡିଆ, ଡିଜିଟାଲ୍‍ ଇଣ୍ଡିଆ, ସ୍କିଲ୍‍ ଇଣ୍ଡିଆ ନାମରେ ଅନେକ ଯୋଜନା ଘୋଷଣା କରିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ସେଗୁଡ଼ିକର ରୂପାୟନ ହୋଇପାରିନାହିଁ।
ବିରୋଧୀ ଦଳ ଶାସନ କ୍ଷମତାକୁ ଆସିଲେ ଭାରତର ଅର୍ଥନୀତି ପୁଣି ରସାତଳଗାମୀ ହୋଇଯିବ ବୋଲି ମୋଦୀଙ୍କ ଆଶଙ୍କା ବିଷୟରେ ଦେବେଗୌଡ଼ା କହିଛନ୍ତି ଯେ ମୁଁ ୧୦ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲି। ସେତେବେଳେ ଦେଶର କୃଷି ଅଭିବୃଦ୍ଧି ହାର ୭.୮% ଓ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି ହାର ୬.୮% ଥିଲା। ଜବାହାରଲାଲ୍‍ ନେହେରୁଙ୍କ ପରେ ମୁଁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସମସ୍ୟା ଜାଣିବା ପାଇଁ ଦେଶର ସବୁ ଅଞ୍ଚଳ ବୁଲିଥିଲି। ଉତ୍ତର-ପୂର୍ବ ଭାରତରେ ସଡ଼କ ପଥର ବିକାଶ ପାଇଁ ମୁଁ ପ୍ରଥମ ପଦକ୍ଷେପ ନେଇଥିଲି। ମୋଦୀ ଏବେ ନିର୍ବାଚନ ପ୍ରଚାର ପାଇଁ ଦେଶ ବୁଲୁଛନ୍ତି। ମୋଦୀଙ୍କ ଭଳି ବିଦେଶ ଗସ୍ତରେ ମୁଁ ସମୟ କିମ୍ବା ଅର୍ଥ ଖର୍ଚ୍ଚ କରିନି।
ରାଫେଲ୍‍ ପ୍ରସଙ୍ଗରେ ସେ କହିଛନ୍ତି ଯେ ରାହୁଲ୍‍ ଗାନ୍ଧୀଙ୍କ ଭଳି ଜଣେ ଯୁବ ନେତା ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି। ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସତ୍ତେ୍ୱ ମୋଦୀ ଏହାକୁ ସଂସଦରେ ସାମ୍ନା କରୁନାହାନ୍ତି। ଅବଶ୍ୟ ଏହି ପ୍ରସଙ୍ଗରେ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣଙ୍କ ତଥ୍ୟ ପୂର୍ଣ୍ଣ ସ୍ପଷ୍ଟୀକରଣକୁ ଦେବେଗୌଡ଼ା ଉଚ୍ଚ ପ୍ରଶଂସା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ରାହୁଲ୍‍ ଗାନ୍ଧୀ ବ୍ୟବହାର କରୁଥିବା ‘ଚୌକିଦାର ହି ଚୋର ହେ’ ସ୍ଲୋଗାନ୍‍କୁ ଦେବେଗୌଡ଼ା ନାପସନ୍ଦ କରିଛନ୍ତି। ତେବେ ସେ ଆଗାମୀ ଲୋକସଭା ନିର୍ବାଚନ ପରେ ତୃତୀୟ ମେଣ୍ଟ ଗଠନର ଭୂମିକା କଣ ହେବ ବୋଲି ହୋଇଥିବା ପ୍ରଶ୍ନର ଉତ୍ତରରେ ଦେବେଗୌଡ଼ା କହିଛନ୍ତି ଯେ ଏ କ୍ଷେତ୍ରରେ ଜନାଦେଶ ହିଁ ନିର୍ଣ୍ଣାୟକ ହେବ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories