www.samajalive.in
Monday, December 8, 2025
16.1 C
Bhubaneswar

ପୁଲିସ ସେବା ଭବନ ଆଗରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିବାଦ; ଥାନାରେ ସିସିଟିଭି କାହିଁକି ନଥିଲା କଲେ ପ୍ରଶ୍ନ

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ମେଜର ଗୁରୁଭେନ୍ସ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କ୍ଷୋଭ ପ୍ରକାଶ କରିଛନ୍ତି ଅବସରପ୍ରାପ୍ତ ଅନେକ ସେନା କର୍ମଚାରୀ। ଏନେଇ ପୁଲିସ ସେବା ଭବନ ଆଗରେ ଆନ୍ଦୋଳନ କରିଛନ୍ତି। ନିଲମ୍ବିତ ହୋଇଥିବା ୫ଜଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବତନ ସେନା କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ ଘଟଣାକୁ ଦୁର୍ଭାଗ୍ୟଜନକ କହି ତୀବ୍ର ନିନ୍ଦା କରିଛନ୍ତି। ଏଠାରେ କହି ରଖୁ ଯେ ଏହି ଘଟଣାରେ ଭରତପୁର ଥାନାର ପୂର୍ବତନ ଆଇଆଇସିଙ୍କ ସମେତ ୫ଜଣଙ୍କୁ ନିଲମ୍ବିତ କରିଛନ୍ତି ପୁଲିସ ଡିଜି। ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ସବ୍‌‌ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ମହିଳା ଏଏସଆଇ ସଲୀଳମୟୀ ସାହୁ ଓ ସାଗରିକା ରଥଙ୍କୁ ନିଲମ୍ବନ କରାଯାଇଛି। ସେହିପରି କନଷ୍ଟେବଳ ବଳରାମ ହାଁସଦାଙ୍କୁ ମଧ୍ୟ ସସପେଣ୍ଡ କରିଛନ୍ତି ଡିଜିପି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories