www.samajalive.in
Tuesday, December 9, 2025
17.1 C
Bhubaneswar

କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ? ଏହି ମନ୍ତ୍ରୀଙ୍କ ନାଁକୁ ନେଇ ବଢ଼ିଲା ଚର୍ଚ୍ଚା

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଅରବିନ୍ଦ କେଜ୍ରିଓ୍ବାଲ ଘୋଷଣା କରିଛନ୍ତି। ଏହା ପରେ କିଏ ରାଜଧାନୀ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେଜ୍ରିଓ୍ବାଲଙ୍କ ପରେ ମନୀଷ ସିସୋଦିଆ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ନେଇ ପ୍ରଥମରୁ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ସେ ଏହି ଦୌଡ଼ରେ ସାମିଲ ନ ଥିବା ଜଣାପଡ଼ିଛି। ଏହା ସ୍ପଷ୍ଟ କରିଛନ୍ତି ଖୋଦ କେଜ୍ରିଓ୍ବାଲ।

କେଜ୍ରିଓ୍ବାଲ ଏବଂ ସିସୋଦିଆଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ପରେ କେଜ୍ରିଓ୍ବାଲ କହିଛନ୍ତି, ମୁଁ ଯେଉଁ କଷ୍ଟ ଅନୁଭବ କରିଛି, ସିସୋଦିଆ ବି ସେହିପରି କଷ୍ଟ ଅନୁଭବ କରିଛନ୍ତି। ସେ ଉପମୁଖ୍ୟମନ୍ତ୍ରୀ ପଦବୀ ସାଙ୍ଗକୁ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ରହିବେ। କିନ୍ତୁ ଏବେ ନୁହେଁ। ଦିଲ୍ଲୀବାସୀ ଯେତେବେଳେ ତାଙ୍କୁ ସଚ୍ଚୋଟ ବୋଲି କହିଲେ ସେତେବେଳେ ସେ ମନ୍ତ୍ରୀପଦ ଗ୍ରହଣ କରିବେ।

- Advertisement -

କେଜ୍ରିଓ୍ବାଲଙ୍କ ଏପରି ଘୋଷଣା ପରେ ଏବେ ସମସ୍ତଙ୍କ ନଜର ଅତିଶିଙ୍କ ଆଡକୁ ରହିଛି। ଅତିଶି ହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ କେଜ୍ରିଓ୍ବାଲ ଯେତେବେଳେ ଜେଲରେ ରହିଥିଲେ ସେତେବେଳେ ଅତିଶି ଦଳର ସମସ୍ତ କାର୍ଯ୍ୟ ବୁଝାଶୁଝା କରୁଥିଲେ। ଏପରି କି ସ୍ଵାଧୀନତା ଦିବସ ଅବସରରେ କେଜ୍ରିଓ୍ବାଲ ଜେଲରେ ଥିବାବେଳେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଅତିଶିଙ୍କ ନାମ ପ୍ରସ୍ତାବିତ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଉପରାଜ୍ୟପାଳ ଭି.କେ. ସକସେନା ଜାତୀୟ ପତ୍ତାକା ଉତ୍ତୋଳନ ପାଇଁ ମନ୍ତ୍ରୀ କୌଳାସ ଗେହଲଟଙ୍କୁ ଦାୟିତ୍ଵ ଦେଇଥିଲେ। ଅତିଶି ଏବେ ଅର୍ଥ ମନ୍ତ୍ରୀ ସାଙ୍ଗକୁ ଯୋଜନା, ପୂର୍ତ୍ତ, ଜଳ, ଶକ୍ତି, ଶିକ୍ଷା, ଉଚ୍ଚଶିକ୍ଷା ବିଭାଗ ଦାୟିତ୍ଵରେ ରହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories