www.samajalive.in
Sunday, December 7, 2025
18.1 C
Bhubaneswar

ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ମମତା, ତୀବ୍ର ବିରୋଧର ସମ୍ମୁଖୀନ ହେଲେ

ସମାଜ ଡିଜିଟାଲ ଡେସ୍କ: କଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ପୀଡ଼ିତାଙ୍କୁ ନ୍ୟାୟ ଏବଂ ଡାକ୍ତରଙ୍କ ସୁରକ୍ଷା ଦାବିରେ ଆନ୍ଦୋଳନ ଚଳାଇଥିବା ଡାକ୍ତରମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଙ୍କ ସହିତ ଆଲୋଚନା ପାଇଁ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ବୈଠକର ଆୟୋଜନ କରିଥିଲେ। କିନ୍ତୁ ବୈଠକକୁ କୌଣସି ଡାକ୍ତର ଆସି ନ ଥିଲେ। ଫଳରେ ୨ ଘଣ୍ଟା ଅପେକ୍ଷା କରିବା ପରେ ମମତାଙ୍କୁ ନିରାଶ ହୋଇ ବୈଠକରୁ ଫେରିବାକୁ ପଡ଼ିଥିଲା। ଡାକ୍ତରମାନେ ଶନିବାର ସ୍ଵାସ୍ଥ୍ୟ ଭବନ ସାମ୍ନାରେ ଆନ୍ଦୋଳନ କରି ଧାରଣାରେ ବସିଥିଲେ। ଏହି ସମୟରେ ମମତା ସେଠାରେ ପହଞ୍ଚି ଡାକ୍ତରମାନଙ୍କୁ ଭେଟି ଆଲୋଚନା କରିଥିଲେ।

ମମତା ଆନ୍ଦୋଳନ ସ୍ଥଳରେ ପହଞ୍ଚି ମାଇକ ଧରି ଡାକ୍ତରଙ୍କ ସହିତ କଥା ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଡାକ୍ତରମାନେ ସେଠାରେ ଜୋରରେ ପାଟି କରି ବିରୋଧ ପ୍ରଦର୍ଶନ କରିଥିଲେ। ମମତା ମାଇକ୍‌ ଧରି କହିଥିଲେ ଯେ, ମୁଁ ବି ଛାତ୍ର ଆନ୍ଦୋଳନ କରିଛି। ମୁଁ ବି ଆପଣ ସମସ୍ତଙ୍କ ପରି ଆଘାତ ପାଇଥିଲି। ଦୟାକରି ସମସ୍ତେ କାର୍ଯ୍ୟକୁ ଫେରନ୍ତୁ। ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇ ମୁଁ ଆଗକୁ ଆସିଛି। ମୋ ଜୀବନରେ ଅନେକ ସଂଘର୍ଷ କରିଛି। ଆପଣମାନଙ୍କ ସଂଘର୍ଷକୁ ମୁଁ ବୁଝି ପାରୁଛି। ମୁଁ ମୋ ପଦବୀ ପାଇଁ ଚିନ୍ତିତ ନୁହେଁ। ଆପଣମାନଙ୍କ ଦାବି ଶୁଣି ମୁଁ ଗତ ରାତିସାରା ଚିନ୍ତିତ ରହିଥିଲି ବୋଲି ମମତା କହିଥିଲେ।

- Advertisement -

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories