www.samajalive.in
Sunday, December 7, 2025
26.1 C
Bhubaneswar

ଯୌନ ନିର୍ଯାତନା ଅଭିଯୋଗ ଆଣିବାରୁ… ୫୦ ଦଳିତ ପରିବାର ସାମାଜିକ ବାସନ୍ଦ

ସମାଜ ଡିଜିଟାଲ ଡେସ୍କ: ଉଚ୍ଚ ଜାତିର ଜଣେ ଯୁବକଙ୍କ ବିରୋଧରେ ଜଣେ ନାବାଳିକାଙ୍କ ପରିବାର ଯୌନ ନିର୍ଯାତନା ଅଭିଯୋଗ ଆଣିବାରୁ ୫୦ ଦଳିତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି। ଥାନାରୁ ଅଭିଯୋଗ ଉଠାଇନେବାକୁ ରାଜି ନ ହେବାରୁ ଉଚ୍ଚ ଜାତିର ଲୋକମାନେ ସେମାନଙ୍କୁ ବାସନ୍ଦ କରିଛନ୍ତି। ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ୟାଦଗିର ଜିଲାରେ।

ପୁଲିସ ସୂଚନା ଅନୁସାରେ, ଏକ ଦଳିତ ପରିବାରର ଜଣେ ୧୫ ବର୍ଷୀୟା ନାବାଳିକା ସହିତ ଜଣେ ୨୩ ବର୍ଷୀୟ ଯୁବକଙ୍କର ପ୍ରେମ ସମ୍ପର୍କ ରହିଥିଲା। ଯୁବକ ଜଣକ ବିବାହ ପ୍ରଲୋଭନ ଦେଖାଇ ନାବାଳିକା ସହିତ ଶାରିରୀକ ସମ୍ପର୍କ ରଖିଥିଲେ। ୫ ମାସର ଗର୍ଭବତୀ ହେବା ପରେ ଗତ ଅଗଷ୍ଟରେ ଏ ସମ୍ପର୍କରେ ଝିଅଟି ପରିବାର ଲୋକଙ୍କୁ ଜଣାଇଥିଲା। ଏହା ପରେ ପରିବାର ଲୋକ ଉକ୍ତ ଯୁବକଙ୍କ ପରିବାରକୁ ଜଣାଇବା ସହିତ ଝିଅକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେମାନେ ତାହାକୁ ପ୍ରତ୍ୟାଖ୍ୟାନ କରିବାରୁ ଝିଅର ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ପୋକ୍‌ସୋ ଆଇନ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା।

- Advertisement -

ଥାନାରେ ଅଭିଯୋଗ କରିବାରୁ ଗ୍ରାମର ଉଚ୍ଚ ଜାତିର ଲୋକମାନେ ପୀଡ଼ିତାର ପରିବାର ଲୋକଙ୍କୁ ଡକାଇ ଆପୋସ ବୁଝାମଣା କରିବାକୁ କହିଥିଲେ। କିନ୍ତୁ ପରିବାର ଲୋକେ ଆଇନର ଆଶ୍ରୟ ନେବେ ବୋଲି ଜଣାଇଥିଲେ। ଏହା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ଏଥିରେ ଉଚ୍ଚ ଜାତିର ଲୋକମାନେ ଆକ୍ରୋଶମୂଳକ ଭାବେ ୫୦ ଦଳିତ ପରିବାରକୁ ସାମାଜିକ ବାସନ୍ଦ କରିଥିଲେ। ସର୍ବସାଧାରଣ ସ୍ଥାନ, ମନ୍ଦିର, ଦୋକାନକୁ ଯିବାକୁ ସେମାନଙ୍କୁ ବାରଣ କରାଯାଇଥିଲା। ଏଭଳି ବେଆଇନ କାର୍ଯ୍ୟ ପାଇଁ ନିର୍ଦେଶ ଦେଉଥିବା ଉଚ୍ଚ ଜାତିର ଲୋକଙ୍କ ଅଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଘଟଣା ଜଣାପଡ଼ିଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories