www.samajalive.in
Sunday, December 7, 2025
23.1 C
Bhubaneswar

ଖୁବଶୀଘ୍ର ମଣିଷ ଇଚ୍ଛାରେ ବନ୍ଦ ହେବ ବର୍ଷା, ଗବେଷଣା ପାଇଁ ସରକାରଙ୍କ ମଞ୍ଜୁରୀ

ସମାଜ ଡିଜିଟାଲ ଡେସ୍କ: ମଣିଷ ଚାହିଁଲେ ବର୍ଷା ହେବ ଏବଂ ଚାହିଁଲେ ବର୍ଷାକୁ ବନ୍ଦ ବି କରିପାରିବ। ଖୁବଶୀଘ୍ର ଅର୍ଥାତ ଆଗାମୀ ୫ ବର୍ଷ ମଧ୍ୟରେ ଏହାକୁ ସମ୍ଭବ କରିବେ ଭାରତୀୟ ବୈଜ୍ଞାନିକ। ଏ କ୍ଷେତ୍ରରେ ଅଧିକ ଦକ୍ଷତା ହାସଲ କରିବାକୁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି ବୋଲି କହିଛନ୍ତି ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଏମ. ରବିଚନ୍ଦ୍ରନ।

ଉଦାହରଣସ୍ଵରୂପ, ଯଦି ଦିଲ୍ଲୀରେ ସ୍ଵାଧୀନତା ଦିବସ ଉତ୍ସବ ପାଳନ କରାଯିବାକୁ ସ୍ଥିର ହୋଇଛି ଏବଂ ସେହି ସମୟରେ ବର୍ଷା ହେବାର ଅଛି, ତେବେ ବୈଜ୍ଞାନିକମାନେ ଚାହିଁଲେ ବର୍ଷାକୁ ବନ୍ଦ କରିଦେଇପାରିବେ। ସେହିପରି ଯଦି କୌଣସି ଅଞ୍ଚଳରେ ବନ୍ୟା ହୋଇଛି, ସେହି ଅଞ୍ଚଳରେ ବି ବର୍ଷାକୁ ବନ୍ଦ କରିଦିଆଯାଇ ପାରିବ। ‘ମିଶନ ମୌସମ’ ଜରିଆରେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

- Advertisement -

ରବିଚନ୍ଦ୍ରନ କହିଛନ୍ତି, ବର୍ଷାକୁ କୃତ୍ରିମ ଉପାୟରେ ବନ୍ଦ କରିବା ଏବଂ ବର୍ଷା କରାଇବା ଦିଗରେ ପ୍ରାରମ୍ଭିକ ପରୀକ୍ଷଣ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ୧୮ ମାସ ମଧ୍ୟରେ ପରୀକ୍ଷାଗାରରେ ଏହାର ପରୀକ୍ଷା କରାଯିବ। ଆଗାମୀ ୫ ବର୍ଷ ମଧ୍ୟରେ ଆମେ ନିଶ୍ଚିତ ରୂପେ କୃତ୍ରିମ ଉପାୟରେ ପାଗ ପରିବର୍ତ୍ତନ କରିବାରେ ସଫଳ ହେବୁ।

ମିଶନ ମୌସମ ଅଧୀନରେ କେବଳ ପାଗ ପରିବର୍ତ୍ତନ କରାଯିବ ନାହିଁ, ବରଂ ବୈଜ୍ଞାନିକମାନେ ଦେଶରେ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ବି କାର୍ଯ୍ୟ କରିବେ। ସ୍ଵଳ୍ପ ଏବଂ ମଧ୍ୟକାଳୀନ ପାଗ ପୂର୍ବାନୁମାନ କ୍ଷେତ୍ରରେ ଆହୁରି ୫ରୁ ୧୦ ପ୍ରତିଶତ ଅଧିକ ନିର୍ଭୁଲତା ଅଣାଯିବ। ଭାରତକୁ କେବଳ କ୍ଲାଇମେଟ ସ୍ମାର୍ଟ ଏବଂ ପାଗଅନୁକୂଳ କରାଯିବ ନାହିଁ। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଭୂବିଜ୍ଞାନ ମନ୍ତ୍ରଣାଳୟ ସହିତ ମିଶି ଚାଟ୍‌ ଜିପିଟି(chatGPT) ଭଳି ମୌସମ ଜିପିଟି(mausamGPT) ଆପ୍ଲିକେସନ ତିଆରି କରିବେ। ଏହା ଜରିଆରେ ଲୋକମାନେ ପାଣିପାଗ ସମ୍ବନ୍ଧୀୟ ତ୍ଵରିତ ସୂଚନା ପାଇପାରିବେ। ଲିଖିତ ଏବଂ ଶ୍ରାବ୍ୟ, ଦୁଇଟି ମାଧ୍ୟମରେ ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।

କ୍ଲାଉଡ୍‌ ସିଡିଂ ଜରିଆରେ ବିମାନ ଦ୍ଵାରା ବର୍ଷା ବନ୍ଦ କରାଇବା ଏବଂ ବୃଦ୍ଧି କରାଇବା ଭଳି କୌଶଳ ଆମେରିକା, କାନାଡ଼ା, ଚୀନ, ରୁଷ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ଆରମ୍ଭ ହୋଇଗଲାଣି। କୁଆପଥର ବର୍ଷାକୁ ବି ରୋକାଯାଇ ପାରୁଛି, ଯାହାଦ୍ଵାରା ଫସଲ ନଷ୍ଟରୁ ସୁରକ୍ଷା ମିଳୁଛି।

ଭୂବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ମାଧବନ ରାଜୀବନ କହିଛନ୍ତି, କ୍ଲାଉଡ ସିଡିଂ ଏବଂ କ୍ଲାଉଡ ମୋଡିଫିକେସନ ଏକ ଜଟିଳ ପ୍ରକ୍ରିୟା। ବର୍ଷା ବୃଦ୍ଧି କରିବା ଲାଗି ଅନେକ ପରୀକ୍ଷଣ ହୋଇଛି, କିନ୍ତୁ ଆଶାନୁରୂପ ସଫଳତା ମିଳିନାହିଁ। କିନ୍ତୁ ବର୍ଷା ବନ୍ଦ କରିବାକୁ ବିଶେଷ ପରୀକ୍ଷଣ ହୋଇନାହିଁ। ଯଦିଓ କୃତ୍ରିମ ଉପାୟରେ ପାଗ ପରିବର୍ତ୍ତନ କରାଇବା ଦିଗରେ ଭାରତରେ ସୁଯୋଗ ରହିଛି, ଏହା ପଛରେ ରହିଥିବା ବିଜ୍ଞାନକୁ ଠିକ୍ ରୂବେ ବୁଝିବା କଷ୍ଟକର ଏବଂ ଏହାର ପ୍ରଯୁକ୍ତିବିଦ୍ୟା ଅତି ଜଟିଳ। ତେଣୁ ଏଥିପାଇଁ ଗବେଷଣା ଆରମ୍ଭ କରିବା ଦରକାର।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories