www.samajalive.in
Sunday, December 7, 2025
26.1 C
Bhubaneswar

ଘରୋଇ ଉପାୟରେ ଏପରି ପ୍ରସ୍ତୁତ କରନ୍ତୁ ମଶ୍ଚରାଇଜର

ମୁହଁରୁ ଅପରିଷ୍କାର ଧୂଳି ବାହାର କରିବା ପାଇଁ ଓ ଶୁଷ୍କତା ଦୂର କରିବା ପାଇଁ ମଶ୍ଚରାଇଜର ବ୍ୟବହାର କରାଯାଇଥାଏ। ବଜାରରେ ଅନେକ ପ୍ରକାରର ମଶ୍ଚରାଇଜର ଉପଲବ୍ଧ ଅଟେ। କିନ୍ତୁ ସେଥିରେ ଅନେକ ପ୍ରକାରର କେମିକାଲ ରହିଥାଏ। ଏପରି କ୍ଷେତ୍ରରେ ଆପଣଙ୍କ ରୋଷେଇ ଘରେ ମିଳୁଥିବା ଦ୍ରବ୍ୟରୁ ମଶ୍ଚରାଇଜର ପ୍ରସ୍ତୁତ କରି ମୁହଁରେ ଲଗାଇପାରିବେ। ଏହାଦ୍ବାରା ମୁହଁର କୌଣସି କ୍ଷତି ହୋଇନଥାଏ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ମଶ୍ଚରାଇଜର ତିଆରି କରି ପାରିବା ..

ମହୁ, ଗ୍ଲିସେରିନ, ଲେମ୍ବୁ ରସ ଓ ଗ୍ରିନ-ଟି :

- Advertisement -

ଏକ ଚାମଚ ମହୁ, ୨ଚାମଚ ଗ୍ଲିସେରିନ, ୨ଚାମଚ ଗ୍ରିନ-ଟି ଓ ଅଳ୍ପ ଲେମ୍ବୁ ରସକୁ ଏକ ପାତ୍ରରେ ରଖି ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ପେଷ୍ଟଟିକୁ ମୁହଁରେ ଲଗାଇ ରାତିରେ ଶୁଅନ୍ତୁ। ଏହା ଆପଣଙ୍କ ମୁହଁରେ ମଶ୍ଚରାଇଜର ପରି କାର୍ଯ୍ୟ କରିଥାଏ।

ନଡିଆ ତେଲ, ଭିଟାମିନ-ଇ ତେଲ ଓ ଏସେଶିୟଲ ତେଲ :

ଏଥିରୁ ମଶ୍ଚରାଇଜର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଅଧ କପ ନଡିଆ ତେଲ ନିଅନ୍ତୁ। ସେଥିରେ ଭିଟାମିନ-ଇ ତେଲ ଓ ନିଜ ପସନ୍ଦ ମୁତାବକ ଏସେଶିୟଲ ତେଲ ମିଶାଇ ଦିଅନ୍ତୁ। ଏହାକୁ ଏକ ବନ୍ଦ ପାତ୍ରରେ ରଖି ମଝିରେ ମଝିରେ ମୁହଁରେ ଲଗାନ୍ତୁ। ଏହା ମୁହଁକୁ କୋମଳ କରିବା ସହ ଦାଗ ଛଡାଇବାରେ ସହାୟକ ହୋଇଥାଏ।

ଘିକୁଆଁରୀ, ଆର୍ଗନ ତେଲ ଓ ଏସେଶିୟଲ ତେଲ :

ଘିକୁଆଁରୀରେ ଏକ ଚାମଚ ଆର୍ଗନ ତେଲ ମିଶାଇ ଦିଅନ୍ତୁ। ସେଥିରେ ଏସେଶିୟଲ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବେ ପେଷ୍ଟ ରୂପେ ପ୍ରସ୍ତୁତ କରି ଦିଅନ୍ତୁ। ଏହାକୁ ପ୍ରତିଦିନ ମୁହଁରେ ଲଗାନ୍ତୁ।

ଗ୍ରିନ-ଟି ଓ ନଡିଆ ତେଲ :

ନଡିଆ ତେଲରେ ଗ୍ରିନ-ଟି ପାଉଡରକୁ ମିଶାଇ ଦିଅନ୍ତୁ। ତାହାକୁ ଏକ ପାତ୍ରରେ ବନ୍ଦ କରି କିଛି ସମୟ ରଖି ଦିଅନ୍ତୁ। ତାପରେ ମିଶ୍ରଣଟିକୁ ଛାଣି ଦିଅନ୍ତୁ। ପ୍ରତିଦିନ ତାହାକୁ ମୁହଁରେ ଲଗାନ୍ତୁ। ଏହା ମଶ୍ଚରାଇଜର ପରି କାର୍ଯ୍ୟ କରିଥାଏ।

 

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories