www.samajalive.in
Sunday, December 7, 2025
23.1 C
Bhubaneswar

ୟୁନୁସଙ୍କ ଚେତାବନୀ: ‘ମୁହଁରେ ତାଲା ଲଗାଇ ବସନ୍ତୁ ଶେଖ ହସିନା’

ସମାଜ ଡିଜିଟାଲ ଡେସ୍କ: ଗତ ଅଗଷ୍ଟ ୫ ତାରିଖରେ ବାଂଲାଦେଶରେ ସରକାର ବଦଳିବା ପରଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଅଛନ୍ତି। ବାଂଲାଦେଶରେ ସରକାର ବିରୋଧୀ ହିଂସା ଉଗ୍ରରୂପ ନେବା ପରେ ହସିନାଙ୍କୁ ବାଧ୍ୟବଶତଃ ଇସ୍ତଫା ଦେବାକୁ ପଡ଼ିଥିଲା। ଏହା ପରେ ଗିରଫଦାରି ଭୟରେ ସେ ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ। ବର୍ତ୍ତମାନ ବାଂଲାଦେଶରେ ନୂଆ ଅନ୍ତରୀଣ ସରକାର ଗଠନ ହୋଇଥିବାବେଳେ ନୂତନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ହସିନାଙ୍କୁ ନେଇ ଅନେକ ସମୟରେ ନାନା ପ୍ରକାର ମନ୍ତବ୍ୟ ଦେଉଛନ୍ତି। ଏବେ ୟୁନୁସ କହିଛନ୍ତି ଯେ, ଶେଖ ହସିନା ଭାରତରେ ବସି ବାଂଲାଦେଶକୁ ନେଇ ରାଜନୈତିକ ମନ୍ତବ୍ୟ ଦେଉଛନ୍ତି। ଯାହା ଆଦୌ ଠିକ୍‌ ନୁହେଁ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ହେଲେ ହସିନାଙ୍କୁ ମୁହଁରେ ତାଲା ଲଗାଇ ବସିବାକୁ ପଡ଼ିବ। ଆମେ ଭାରତ ସରକାରଙ୍କୁ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିବୁ।

ୟୁନୁସ କହିଛନ୍ତି, ଯଦି ଭାରତ ଶେଖ ହସିନାଙ୍କୁ ବାଂଲାଦେଶକୁ ପ୍ରତ୍ୟର୍ପଣ କରିବା ପର୍ଯ୍ୟନ୍ତ ରଖିବାକୁ ଚାହୁଁଛି, ତେବେ ଏଥିଲାଗି ଏକ ସର୍ତ୍ତ ରହୁ ଯେ, ହସିନା ଚୁପ୍‌ ରହିବା ଦରକାର। ସେ କୌଣସି ପ୍ରକାର ରାଜନୈତିକ ଟିପ୍ପଣୀ ଦେବା ଉଚିତ ନୁହେଁ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories