www.samajalive.in
Tuesday, December 9, 2025
15.1 C
Bhubaneswar

ସୁଭଦ୍ରା ଯୋଜନା – ‘ସମାଜ’ ପ୍ରଭାବ, ଆଧାର କେନ୍ଦ୍ର ଉପରେ ଚଢ଼ାଉ

ଆଠଗଡ: ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନିର୍ଭୁଲ ଆଧାର କାର୍ଡ ଜରୁରୀ ଥିବାରୁ ଶହ ଶହ ମହିଳା ଆଧାର ସଂଶୋଧନ ପାଇଁ ବିଭିନ୍ନ ଆଧାର କେନ୍ଦ୍ରରେ ଲମ୍ବା ଲାଇନ ଲଗାଉଥିବା ଦେଖାଯାଉଛି। ଏହାର ସୁଯୋଗ ନେଇ ଘରୋଇ ଆଧାର କେନ୍ଦ୍ରଗୁଡିକ ହିତାଧିକାରୀଙ୍କୁ ଶୋଷଣ କରୁଥିବା ଜଣାପଡିଛି। ଆଧାର କେନ୍ଦ୍ରରେ ଧାର୍ଯ୍ୟ ଦର ଠାରୁ ୩ରୁ ୪ ଗୁଣା ଅର୍ଥ ଆଦାୟ କରି ମହିଳାଙ୍କୁ ଆର୍ଥିକ ଶୋଷଣ କରାଯାଉଥିବା ଏକ ଖବର ମଙ୍ଗଳବାର ‘ସମାଜ’ରେ ପ୍ରକାଶ ପାଇଥିଲା। ସୁଭଦ୍ରା ଯୋଜନା ପାଇଁ ମହିଳା ମାନଙ୍କ ଆଧାରରେ ଭୂଲ ତଥ୍ୟ ଥିଲେ ବିଶେଷ କରି ଫୋନ ନମ୍ବର ଓ ଠିକଣା ସଂଶୋଧନ କରିବା ପାଇଁ ଆଧାର କେନ୍ଦ୍ର ମାନଙ୍କ ମଧ୍ୟରେ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି। ଏହି ସଂଶୋଧନ ପାଇଁ ସରକାରୀ ଭାବେ ୫୦ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଥିବା ବେଳେ ଘରୋଇ ଆଧାର କେନ୍ଦ୍ରମାନଙ୍କରେ ତିନି ଚାରି ଗୁଣା ଅର୍ଥ ନେଉଥିବା ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ କଟକର ନବନିଯୁକ୍ତ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏ ଦିଗରେ ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଆଠଗଡ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତଦନୁଯାୟୀ ମଙ୍ଗଳବାର ଆଠଗଡ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ବିଭିନ୍ନ ଆଧାର କେନ୍ଦ୍ରଗୁଡିକ ଉପରେ ଚଢାଉ କରାଯାଇଥିଲା। ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଓ ତହସିଲଦାର କ୍ଷେତ୍ରମୋହନ ସ୍ବାଇଁ ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ଆଧାର କେନ୍ଦ୍ର, ମହାକାଳବସ୍ତ, ଖୁଣ୍ଟୁଣୀ ଓ ଖୁଣ୍ଟକଟାସ୍ଥିତ ଆଧାର କେନ୍ଦ୍ର ତଥା ଉପରେ ଚଢ଼ାଉ କରିଥିଲେ। ସାଧାରଣ ଲୋକଙ୍କୁ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଅର୍ଥ ନ ଦେବା ପାଇଁ ସଚେତନ କରିବା ସହ ଯଦି କେଉଁଠାରେ ଅସୁବିଧା ସୃଷ୍ଟି ହୁଏ ତୁରନ୍ତ ପ୍ରଶାସନକୁ ସୂଚନା ଦେବା ପାଇଁ ପ୍ରକାଶ କରିଥିଲେ। ସେହିପରି ଆଧାର କେନ୍ଦ୍ର ଗୁଡିକର ମାଲିକ ଓ କର୍ମଚାରୀଙ୍କୁ ସରକାରୀ ଧାର୍ଯ୍ୟ ଦେୟଠାରୁ ଅଧିକ ଅର୍ଥ ଆଦାୟ କରାଗଲେ ସେମାନଙ୍କ କେନ୍ଦ୍ରକୁ ସିଲ କରିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିବା ଜଣାପଡିଛି। ଆଗାମୀ ଦିନରେ ଏହିଭଳି ଚଢାଉ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଉପଜିଲ୍ଲାପାଳ ଶ୍ରୀ ତରାଇ ପ୍ରକାଶ କରିଛନ୍ତି। ତଥାପି କିଛି ଘରୋଇ ଆଧାର କେନ୍ଦ୍ରରେ ଭିନ୍ନ ଭିନ୍ନ ଶୈଳୀରେ ଗରିବ ହିତାଧିକାରୀଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories