ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସହ ଆଇସିଏମଆର-ଆରଏମଆରସି ଭୁବନେଶ୍ୱରର ଚୁକ୍ତିପତ୍ର ସ୍ଵାକ୍ଷର

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସହ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ – ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ଭୁବନେଶ୍ୱର ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଚୁକ୍ତିପତ୍ର ସ୍ଵାକ୍ଷର ବେଳେ ଆରଏମସିର ନିର୍ଦ୍ଦେଶିକା ଡ଼. ସଂଘମିତ୍ରା ପତି, ପ୍ରଶାସନିକ ଅଧିକାରୀ ୟୁ ପି ଡ଼ି ଚନ୍ଦ୍ର ହାସନ, ବୈଜ୍ଞାନିକ ଡ଼. ମହେଶ ଚନ୍ଦ୍ର ସାହୁ, ଡ଼. ଦେବଦତ୍ତ ଭଟାଚାର୍ଯ୍ୟ , ଡ଼. ଅଂଶୁମାନ ପାଣିଗ୍ରାହୀ, ଡ଼. ଶ୍ରୀକାନ୍ତ କାନୁନଗୋ, ଡ଼. ପଦ୍ମାବତୀ ମାଝୀ, ନିତ୍ୟାନନ୍ଦ ମଣ୍ଡଳ, ଡ଼. ବାନମ୍ବର ସାହୁ ରହିଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ତପନ କୁମାର ବାରିକ, ଆଇ କ୍ୟୁ ଏ ସିର ଯୁଗ୍ମ ନିର୍ଦ୍ଦେଶକ ଡ଼. ଲକ୍ଷ୍ମୀଧର ରାଉତ ଉପସ୍ଥିତ ରହି ଚୁକ୍ତିପତ୍ର ସ୍ଵାକ୍ଷର କରିଥିଲେ।

Comments are closed.