www.samajalive.in
Tuesday, December 9, 2025
23.1 C
Bhubaneswar

କ୍ରିଡା ପ୍ରତିଯୋଗିତାରେ କନ୍ଧମାଳର ସୁନାମ

ଫୁଲବାଣୀ: ପୁରୀ ଜିଲ୍ଲାର ପିପିଲି ଠାରେ ଗାର ଦୁଇ ଦିନ ଧରି ପୁରୀ ଜିଲ୍ଲା ତାଇକ୍ଵଣ୍ଡୋ ସଂଘ ଦ୍ୱାରା ଅନୁଷ୍ଠିତ ହୋଇଥିବା ରାଜ୍ୟ ତାଇକ୍ଵଣ୍ଡୋ ପ୍ରତିଯୋଗିତା କଳିଙ୍ଗ କପରେ ଯୋଗଦାନ ଦେବା ପାଇଁ କନ୍ଧମାଳ ଜିଲ୍ଲାରୁ ବିଭିନ୍ନ ବର୍ଗରୁ ୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଯାଇଥିଲେ। କନ୍ଧମାଳ ଜିଲ୍ଲା ପକ୍ଷରୁ ଖେଳିବା ପାଇଁ ଦେବାଶିଷ ପ୍ରଧାନ ଓ ଶାଲିନୀ ସିଂଙ୍କ ତତ୍ୱାବଧାନରେ ବିଦେଶୀ ସାହୁ ଓ ରଶ୍ମିତା ସାହୁଙ୍କ ତିନି ପୁତ୍ର ପୁତ୍ରୀ ଓମ୍ ସାଇରାମ ସାହୁ ସବ ଜୁନିଅର ପୁରୁଷ ୩୦ କିଲୋଗ୍ରାମ ବର୍ଗରେ, ଶୁଭଶ୍ରୀ ସାହୁ ଜୁନିଅର ମହିଳା ୪୫ କିଗ୍ରା ବର୍ଗରେ ଓ ସୁଇଟି ସାହୁ ସିନିଅର ମହିଳା ୪୯ କିଗ୍ରା ବର୍ଗରେ ସ୍ଵର୍ଣ ପଦକ ହାସଲ କରିଛନ୍ତି। ତଥା ପୁମସିରେ ମଧ୍ୟ ଓମ୍ ସାଇରାମ ସାହୁ ସବ ଜୁନିଅର ପୁରୁଷ ବର୍ଗରେ ରୌପ୍ୟ ପଦକ, ଶୁଭଶ୍ରୀ ସାହୁ ଜୁନିଅର ମହିଳା ବର୍ଗରେ ତାମ୍ର ପଦକ ଓ ସୁଇଟି ସାହୁ ସିନିଅର ମହିଳା ବର୍ଗରେ ସ୍ଵର୍ଣ ପଦକ ହାସଲ କରିଛନ୍ତି। କନ୍ଧମାଳର ତିନି ଖେଳାଳିଙ୍କ କୃତିତ୍ୱ ପାଇଁ କନ୍ଧମାଳ ଜିଲ୍ଲା ତଥା କୋଚ ଓ କନ୍ଧମାଳ ତାଇକ୍ଵଣ୍ଡୋ ସଂଘର ସମ୍ପାଦକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ କିଛି ମାସ ପରେ ହେବାକୁ ଥିବା ଜାତୀୟସ୍ତରୀୟ ତାଇକ୍ଵଣ୍ଡୋ ପ୍ରତିଯୋଗୀତାରେ କିପରି ପଦକ ଆଣିବା ପାଇଁ ଭଲ ପ୍ରୟାସ ରହିବ ସେଥିପାଇଁ ମଧ୍ୟ ବାର୍ତ୍ତା ଦେଇଛନ୍ତି।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories