www.samajalive.in
Sunday, December 7, 2025
26.1 C
Bhubaneswar

ଶାସନ ଥାନା ନିକଟରୁ ଚୋରି

ସମ୍ବଲପୁର: ସ୍ଥାନୀୟ ଶାସନ ଥାନା ସନ୍ନିକଟସ୍ଥ ଏକ ଗୋଦାମ ଘରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଛି। ଶାସନ ଥାନାରୁ ମାତ୍ର ୨ ଶହ ମିଟର ଦୂରରେ ଥିବା ଭଗବାନ ଅଗ୍ରୱାଲଙ୍କ ଗୋଦାମରୁ ଗତକାଲି ରାତିରେ ଜଣେ ଚୋର ଆସି ତାଲା ଭାଙ୍ଗି ସେଠାରେ ରଖାଯାଇଥିବା ବିଭିନ୍ନ ସାମଗ୍ରୀ ଓ ଟଙ୍କା ଚୋରି କରି ନେଇଛି। ଏ ନେଇ ଶାସନ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରିଛି। ଏହି ଚୋରି ଘଟଣାଟି ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଚୋର ରାତ୍ରି ଅଧରେ ଉଲଗ୍ନ ହୋଇ ମୁହଁରେ କପଡା ବାନ୍ଧି ବାହାରୁ ଘର ଓ ଦୋକାନର କବାଟ ଗୁଡିକୁ ବାହାରୁ ଶିକୁଳି ଦେଇ ବନ୍ଦ କରିବା ପରେ ଗୋଦାମ ଘରର ତାଲା ଭାଙ୍ଗି ଚୋରି କରିଛି। ଏଭଳି ଢ଼ଙ୍ଗରେ ପୁର୍ବରୁ ମଧ୍ୟ ଚୋରି ହୋଇଥିବା ବେଳେ ପୁଲିସ ଚୋରକୁ ଧରି ପାରି ନାହିଁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories