କଟକ ଆର୍ଟ ଗ୍ୟାଲେରୀ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଡେସ୍କ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକ ଟାଉନହଲ ଠାରେ ‘କଟକ ଆର୍ଟ ଗ୍ୟାଲେରୀ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଆମର କଳା, ସଂସ୍କୃତି, ସ୍ଥାପତ୍ୟ ଓ ଇତିହାସ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ। କଟକ ଭଳି ଐତିହ୍ୟ ସମ୍ପନ୍ନ ସହରରେ ଏହି ଅତ୍ୟାଧୁନିକ ଗ୍ୟାଲେରୀରେ ପ୍ରଦର୍ଶିତ ସୃଜନଶୀଳ ଚିତ୍ରକଳା, ଫଟୋଚିତ୍ର ଓ କଳାତ୍ମକ ସାମଗ୍ରୀ କଳାପ୍ରେମୀଙ୍କୁ ଆକୃଷ୍ଟ କରିବା ସହ କଳାର ବିକାଶରେ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।
Comments are closed.