www.samajalive.in
Tuesday, December 9, 2025
16.1 C
Bhubaneswar

କଲକତା ଲଜ୍ଜା; ମୋଦୀଙ୍କୁ ମମତାଙ୍କ ଦ୍ବିତୀୟ ଚିଠି

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଆଉ ଏକ ଚିଠି ଲେଖିଛନ୍ତି। ଅଗଷ୍ଟ ୨୨ରେ ଲେଖିଥିବା ଚିଠିର ଉତ୍ତର ନ ପାଇବା କାରଣରୁ ସେ ଦ୍ବିତୀୟ ଚିଠି ଲେଖିଛନ୍ତି ବୋଲି ମମତା କହିଛନ୍ତି। ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ଆଧାର କରି ମମତା ଅଗଷ୍ଟ ୨୨ରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ସେ ମହିଳା ବିରୋଧୀ ହିଂସା ବିଶେଷକରି ବଳାତ୍କାର ଘଟଣାରେ​‌ ଦୋଷୀଙ୍କୁ କଠୋର ଦଣ୍ଡବିଧାନ ଲାଗି ଆବଶ୍ୟକ ଆଇନ ପ୍ରଣୟନ କରିବାକୁ  କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ମମତା କହିଛନ୍ତି ଯେ  ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତ୍ତର ପାଇ ନାହାନ୍ତି।  ପ୍ରଥମ ଚିଠି ଉପରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଉତ୍ତର ଦେଇଥିବା ମମତା କହିଛନ୍ତି। ମାତ୍ର ଏହି ଚିଠିରେ ଆଇନ ପ୍ରଣୟନ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ଜବାବ ଦିଆଯାଇ ନାହିଁ।

ମୋଦୀଙ୍କୁ ଦ୍ବିତୀୟ ଚିଠି ଲେଖିବାକୁ ନେଇ ବିଜେପି ମମତାଙ୍କୁ ମିଛେଇ ବୋଲି କହି ସମାଲୋଚନା କରିଛି। ବିଜେପି କହିଛି ଯେ ମମତା ବଳାତ୍କାର ବିରୋଧରେ କଠୋର ଆଇନ ପ୍ରଣୟନ କରିବାକୁ କେନ୍ଦ୍ରକୁ କହୁଥିବାବେଳେ ନିଜ ରାଜ୍ୟରେ ବଳାତ୍କାର ମାମଲାର ତ୍ବରିତ ବିଚାର ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ କରୁନାହାନ୍ତି। ବିଜେପି ସାଧାରଣ ସମ୍ପାଦକ ତରୁଣ ଚୁଗ କହିଛନ୍ତି ଯେ କେନ୍ଦ୍ର ସରକାର ମହିଳା ବିରୋଧୀ ହିଂସାକୁ ଦମନ ପାଇଁ ଭାରତୀୟ ନ୍ୟାୟ ସଂହିତାରେ ଅନେକ ସଂସ୍କାର ଆଣିଛନ୍ତି। ରାଜ୍ୟ ସରକାର ଯଦି ଅପରାଧୀଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିବେ ତେବେ ନ୍ୟାୟିକ ପ୍ରକ୍ରିୟା ଅବହେଳିତ ହେବ। ମହିଳାଙ୍କୁ ନ୍ୟାୟ ପ୍ରଦାନ ଦିଗରେ ପ୍ରଶାସନ ନିଷ୍ଠାର ସହିତ କାର୍ଯ୍ୟ କରିବା ଦରକାର। ମମତାଙ୍କ ପ୍ରଥମ ଚିଠି ଉପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଅଗଷ୍ଟ ୨୫ରେ ଉତ୍ତର ଦେଇଥିଲେ। ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଥିଲେ ଯେ ପଶ୍ଚିମବଙ୍ଗ ସରକାର ମହିଳା ବିରୋଧୀ ହିଂସାର ବିଚାର ନିମନ୍ତେ କେନ୍ଦ୍ରୀୟ ଯୋଜନା ଅନୁଯାୟୀ କୌଣସ ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ କରିନାହାନ୍ତି। ପଶ୍ଚିମବଙ୍ଗରେ ୧୨୩ଟି ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିବାବେଳେ ମାତ୍ର ୬ଟି ପାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ କରାଯାଇଛି। ୨୦୧୯ରୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ଯୋଜନାରେ ମାମିଲ ହେବା ଲାଗି ୨୦୨୩ରେ ପଶ୍ଚିମବଙ୍ଗ ସରକାର ସମ୍ମତି ପ୍ରକାଶ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୭ଟି ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ ଲାଗି ରାଜ୍ୟ ସରକାରଙ୍କୁ ଟାର୍ଗେଟ ଦିଆଯାଇଥିଲା। ମାତ୍ର ରାଜ୍ୟ ସରକାର ଏବେ ମାତ୍ର ୬ଟି ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗରେ ଏବେ ୪୮,୬୦୦ଟି ବଳାତ୍କାର ମାମଲା ବିଚାରାଧୀନ ରହିଛି।

- Advertisement -

 

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories