www.samajalive.in
Tuesday, December 9, 2025
16.1 C
Bhubaneswar

୩୫ ଲକ୍ଷ ସେୟାରଧାରୀଙ୍କୁ ଖୁସି ଖବର ଦେଲା ରିଲାଏନ୍ସ

ନୂଆଦିଲ୍ଲୀ : ନିଜ ସେୟାରଧାରୀଙ୍କୁ ଖୁସି ଖବର ଦେଇଛି ରିଲାଏନ୍ସ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକ ପ୍ରାରମ୍ଭରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସେୟାରଧାରୀଙ୍କୁ ଖୁସି କରିଦେଇଛନ୍ତି । କମ୍ପାନୀ ନିଜ ୩୫ ଲକ୍ଷ ସେୟାରଧାରୀଙ୍କୁ ଉପହାର ଦେଇ ବୋନସ୍ ଘୋଷଣା କରିଛି ।

ବୈଠକରେ ମୁକେଶ ଅମ୍ବାନୀ ସେୟାରଧାରୀଙ୍କ ପାଇଁ ବୋନସ୍ ସେୟାର ଘୋଷଣା କରିଛନ୍ତି । ରିଲାଏନ୍ସ ୧:୧ ଅନୁପାତରେ ବୋନସ୍ ସେୟାର ଦେବା ପାଇଁ ଘୋଷଣା କରିଛି । କମ୍ପାନୀ ପ୍ରତି ସେୟାରରେ ୧ ସେୟାର ବୋନସ୍ ରୂପେ ପ୍ରଦାନ କରିବ । ମୁକେଶ ଅମ୍ବାନୀ କହିଛନ୍ତି କି କମ୍ପାନୀର ବୋର୍ଡ ବୈଠକରେ ସେୟାରଧାରୀଙ୍କୁ ୧:୧ ଅନୁପାତରେ ବୋନସ୍ ସେୟାର ଜାରି କରିବା ନେଇ ସୁପାରିଶ କରାଯିବ । କହିରଖୁଛୁ ଆଗାମୀ ବୈଠକ ୫ ସେପ୍ଟେମ୍ବରରେ ହେବ । ଏହି ଘୋଷଣା ପରେ ରିଲାଏନ୍ସର ସେୟାର ଦାମ୍ ବଢିବାରେ ଲାଗିଛି । ତେବେ ଏହା ପ୍ରଥମ ଥର ନୁହେଁ, କମ୍ପାନୀ ୨୬ ନଭେମ୍ବର ୨୦୦୯ରେ ମଧ୍ୟ ୨ ଥର ବୋନସ୍ ସେୟାର ଦେଇସାରିଛି । କମ୍ପାନୀ ୨ ଥର ୧:୧ ଅନୁପାତରେ ବୋନସ ସେୟାର ଘୋଷଣା କରିଥିଲା ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories