www.samajalive.in
Sunday, December 7, 2025
23.1 C
Bhubaneswar

ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟାକାଣ୍ଡ; ଅଭିଯୁକ୍ତ ଥାନାରେ ଅଟକ, ସାଇଣ୍ଟିଫିକ ଟିମର ଛାନଭିନ

ସମାଜ ଡିଜିଟାଲ ଡେସ୍କ: ଖଣ୍ଡଗିରି ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୁଲିସ। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ, ସାଇଣ୍ଟିଫିକ୍‌‌ ଟିମ୍‌‌ ଓ ଡିସିପି ପ୍ରତୀକ ସିଂହ ପହଞ୍ଚି ତଦନ୍ତ କରୁଛନ୍ତି। ମୃତକ ଜଗା ମଲ୍ଲିକ। ଖଣ୍ଡଗିରି ଥାନାରେ ହତ୍ୟାକାଣ୍ଡ ନେଇ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ନାବାଳକ ସହ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ ଜଗାଙ୍କ ଝିଆରୀକୁ ସେହି ସାହିର ଜଣେ ଯୁକ୍ତ ଦୁଇରେ ପାଠପଢୁଥିବା ଛାତ୍ର ଏକତରଫା ଭାବେ ଭଲ ପାଉଥିଲା। ଯାହକୁ ବିରୋଧ କରିଥିଲେ ଜଗା। ତେଣୁ ଜଗାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏଭଳି ନିର୍ମମ ଭାବେ ହତ୍ୟା କରିଥିବା ପୁଲିସ କହିଛି। ଶୁକ୍ରବାର ରାତି ୧୨ଟାରେ ବାଇକ ଯୋଗେ ଜଗା ଘରକୁ ଫେରୁଥିବା ବେଳେ ଯୁବକ ଜଣଙ୍କ ଖଣ୍ଡାରେ ତାଙ୍କ ବେକକୁ କାଟି ଦେଇଥିଲା। ପୂର୍ବ ଯୋଜନା ମୁତାବକ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ଘଟଣାରେ ଛାନଭିନ ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକ ଦାବି କରିଛନ୍ତି।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories